ସମ୍ବଲପୁରରେ ଫେରୁଛି ଶାନ୍ତି,ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ

ସମ୍ବଲପୁର : ସମ୍ବଲପୁର ଦଙ୍ଗା ପରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହେଉଛି I ଆଜି ସନ୍ଧ୍ୟା ୬ ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ କୋହଳ କରିଛି ଜିଲ୍ଲା ପ୍ରଶାସନ। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆହୁରି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ I ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ। ତେବେ କିଛି ଅଞ୍ଚଳରେ ଇଣ୍ଟରନେଟ୍ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲିଜ୍ […]

Samaya Live Picture
Published On

ସମ୍ବଲପୁର : ସମ୍ବଲପୁର ଦଙ୍ଗା ପରେ ବର୍ତ୍ତମାନ ସ୍ଥିତି ସ୍ୱାଭାବିକ ହେଉଛି I ଆଜି ସନ୍ଧ୍ୟା ୬ ପର୍ଯ୍ୟନ୍ତ ସହରରେ କର୍ଫ୍ୟୁ କୋହଳ କରିଛି ଜିଲ୍ଲା ପ୍ରଶାସନ। କିନ୍ତୁ ନାଇଟ୍‌ କର୍ଫ୍ୟୁ ଜାରି ରହିବ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଆହୁରି ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ସେବା ବନ୍ଦ ରହିବ I ଆସନ୍ତାକାଲି ସକାଳ ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍‌ ବନ୍ଦ ରହିବ। ତେବେ କିଛି ଅଞ୍ଚଳରେ ଇଣ୍ଟରନେଟ୍ ଚାଲୁ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଲିଜ୍ ଲାଇନ୍ ନେଇଥିବା ବ୍ୟବସାୟିକ ଅନୁଷ୍ଠାନରେ ଇଣ୍ଟରନେଟ୍‌ ଚାଲୁ ରହିବ। କୁଚିଣ୍ଡା, ରେଢ଼ାଖୋଲ, ନାକଟିଦେଉଳ, ଯୁଯୁମରାରେ ଇଣ୍ଟରନେଟ୍ ଉପଲବ୍ଧ ରହିବ। ସେହିପରି ବାମରା ଓ ଯମନକିରା ଅଞ୍ଚଳରେ ବି ଇଣ୍ଟରନେଟ୍ ଚାଲୁ ରହିବ। ଏନେଇ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

ଅନ୍ୟପଟେ ଦିନରେ କର୍ଫ୍ୟୁ କୋହଳ କରାଯାଇଥିବାରୁ ଖୋଲିଛି ଦୋକାନବଜାର । ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଦେଖିବାକୁ ମିଳିଛି । ଗୋବିନ୍ଦତୋଲା, ଗୋଲବଜାର, ଅଇଁଠାପାଲି , ବସଷ୍ଟାଣ୍ଡ ଆଦି ମାର୍କେଟ ସମ୍ପୂର୍ଣ ଖୋଲା ରହିଛି । ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେପାରୀ ସେମାନଙ୍କ ଜିନିଷ କିଣାବିକା କରୁଛନ୍ତି । ଏହା ସତ୍ତ୍ୱେ ବି ସ୍ଥିତିରେ ସମ୍ପୂର୍ଣ୍ଣ ସୁଧାର ଆସିନାହିଁ। ସୂଚନା ଅନୁସାରେ, ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ଗତକାଲି ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ବସିଥିଲା। ତେଣୁ ସହରରେ ଏବେ ବି ଇଣ୍ଟରନେଟ୍ ସେବା ବନ୍ଦ ରଖିଛି ଜିଲ୍ଲା ପ୍ରଶାସନ।

Tags: