ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା,ପୁରୁଷ ବନ୍ଧୁ ଗିରଫ

କେନ୍ଦ୍ରାପଡା : ଗତ ବୁଧୁବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡା ଗ୍ରାମର ଜଣେ ଛାତ୍ରୀ ନିଆଁରେ ଜଳିଯାଇ ମୃତ୍ୟୁ ବରଣ କରିଥିଲେ । ସେ ସ୍ଥାନୀୟ କଲେଜରେ +୩ ର ଶେଷ ବର୍ଷର ଛାତ୍ରୀ ଥିଲେ । ଚେନ୍ନାଇରେ ଗିରଫ ପରେ ଭୁବନେଶ୍ୱର ଆଣୁଛି କେନ୍ଦ୍ରାପଡା ପୋଲିସ । ତେବେ ସେ ନିଜେ ଜାଳି ଯାଇଥିଲେ ନା ତାଙ୍କୁ ଜାଳି ଦିଆଯାଇଥିଲା ଏହି ଘଟଣାର ପୋଲିସ ତଦନ୍ତ ଜାରି ରହିଥିବାବେଳେ,ଚେନ୍ନାଇରୁ ତାଙ୍କ […]

ପଟ୍ଟାମୁଣ୍ଡାଇ ଛାତ୍ରୀ ଆତ୍ମାହୁତି ଘଟଣା,ପୁରୁଷ ବନ୍ଧୁ ଗିରଫ
Samaya Live Picture
Published On

କେନ୍ଦ୍ରାପଡା : ଗତ ବୁଧୁବାର ଅପରାହ୍ନରେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କାଠିଆପଡା ଗ୍ରାମର ଜଣେ ଛାତ୍ରୀ ନିଆଁରେ ଜଳିଯାଇ ମୃତ୍ୟୁ ବରଣ କରିଥିଲେ । ସେ ସ୍ଥାନୀୟ କଲେଜରେ +୩ ର ଶେଷ ବର୍ଷର ଛାତ୍ରୀ ଥିଲେ । ଚେନ୍ନାଇରେ ଗିରଫ ପରେ ଭୁବନେଶ୍ୱର ଆଣୁଛି କେନ୍ଦ୍ରାପଡା ପୋଲିସ । ତେବେ ସେ ନିଜେ ଜାଳି ଯାଇଥିଲେ ନା ତାଙ୍କୁ ଜାଳି ଦିଆଯାଇଥିଲା ଏହି ଘଟଣାର ପୋଲିସ ତଦନ୍ତ ଜାରି ରହିଥିବାବେଳେ,ଚେନ୍ନାଇରୁ ତାଙ୍କ ପୁରୁଷ ବନ୍ଧୁ ପ୍ରମୋଦ ବେହେରାକୁ ଗିରଫ କରିଛି ପୋଲିସ । ଛାତ୍ରୀଙ୍କ ପୁରୁଷ ବନ୍ଧୁ ଦୀର୍ଘ ଦିନ ଧରି ଛାତ୍ରୀଙ୍କୁ ବ୍ଲାକମେଲ କରୁଥିଲେ ବୋଲି ୬ ମାସ ପୂର୍ବରୁ ତାଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ କରିଥିଲେ ।

ଅନ୍ୟପଟେ,ଘଟଣାକୁ ୩ ଦିନ ବିତିଥିଲେ ମଧ୍ୟ ଏଯାଏ ଛାତ୍ରୀଙ୍କ ମୃତ୍ୟୁ ରହସ୍ୟ ଖୋଲିପାରିନି । କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ସେ ଦିଗରେ ତଦନ୍ତ କରୁଛି ପୋଲିସ । ଗତକାଲି ପୋଷ୍ଟମର୍ଟମ ପରେ କଡା ସୁରକ୍ଷା ବଳୟରେ ଗାଁରେ ପହଞ୍ଚିଥିଲା ଛାତ୍ରୀଙ୍କ ମରଶରୀର । କାନ୍ଦବୋବାଳିରେ ଫାଟି ପଟିଥିଲା ଗାଁ ଦାଣ୍ଡ। ଶୋକାକୁଳ ପରିବେଶରେ ଶେଷକୃତ୍ୟ ସଂପନ୍ନ ହୋଇଛି ।

ସୂଚନାଅନୁସାରେ, ଗତ ବୁଧୁବାର ୬ ତାରିଖ ଦିନ ପୂର୍ବାହ୍ନରେ ଛାତ୍ରୀଙ୍କ କାଠିଆପଡା ଘରେ ବାପା-ମା’ବାହାରକୁ ଯାଇଥିବା ବେଳେ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଜୀବନ ହାରିଥିଲେ ଛାତ୍ରୀ । ପୂର୍ବରୁ ଛାତ୍ରୀଙ୍କ ସହ ବ୍ରେକଅପ ହୋଇ ସାରିଥିବା ତେରୋହୀ ଗାଁର ତାଙ୍କ ପୁରୁଷ ବନ୍ଧୁ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ କରି ବ୍ଲାକମେଲ କରୁଥିଲେ । ଏନେଇ ଛଅ ମାସ ତଳେ ଛାତ୍ରୀଙ୍କ ବାପା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସେ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନେଲାନି । ଯେଉଁଥି ପାଇଁ ଝିଅ ଆତ୍ମହତ୍ୟା କରିଥିବା ବାପା ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଛାତ୍ରୀଙ୍କ ବାପା ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ଦେଇଥିବା ଏଏସଆଇ ପଲେଇ ବାବୁଙ୍କୁ ବଦଳି କରାଯାଇଛି । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଏଏସଆଇI ଶୈଳେନ୍ଦ୍ର ପଲେଇଙ୍କୁ ଜିଲ୍ଲା ପୋଲିସ୍ ମୁଖ୍ୟାଳୟକୁ ବଦଳି କରିଛନ୍ତି କେନ୍ଦ୍ରାପଡ଼ା ଏସପି।

Tags: