ଏଣିକି ଡ୍ରୋନ୍ ଯୋଗେ ହେବ ପାଟ୍ରୋଲିଙ୍ଗ

ଭୁବନେଶ୍ୱର : ଆମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସର ଅଭିନବ ପଦକ୍ଷେପ I ଏଣିକି ଅସାମାଜିକଙ୍କ ଉପରେ ନଜର ରଖିବ ଡ୍ରୋନ I ରାଜଧାନୀରେ ଆରମ୍ଭ ହେବ ଡ୍ରୋନ ପାଟ୍ରୋଲିଂ I ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି । ୫୦୦ ମିଟର ଉଚ୍ଚତା ସମେତ ୫ କିଲୋମିଟର କଭର କରିବ ଏହି କ୍ୟାମେରା Iଏନେଇ […]

Samaya Live Picture
Published On

ଭୁବନେଶ୍ୱର : ଆମାନିଆଙ୍କୁ ସାବାଡ଼ କରିବା ପାଇଁ କମିଶନରେଟ ପୋଲିସର ଅଭିନବ ପଦକ୍ଷେପ I ଏଣିକି ଅସାମାଜିକଙ୍କ ଉପରେ ନଜର ରଖିବ ଡ୍ରୋନ I ରାଜଧାନୀରେ ଆରମ୍ଭ ହେବ ଡ୍ରୋନ ପାଟ୍ରୋଲିଂ I ଏଥିପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଅଭିଯାନ । ଭୁବନେଶ୍ବର ଇଉପିଡ଼ିକୁ ଏସପିଜି ପକ୍ଷରୁ ଏକ ହାଇ ପରଫର୍ମିଂ ଡ୍ରୋନ ଯୋଗାଇ ଦିଆଯାଇଛି । ୫୦୦ ମିଟର ଉଚ୍ଚତା ସମେତ ୫ କିଲୋମିଟର କଭର କରିବ ଏହି କ୍ୟାମେରା Iଏନେଇ ସୂଚନା ଦେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ଏହା ଭିଆଇପି ପ୍ରୋଗ୍ରାମ, ଆସେମବ୍ଲି ଓ ଲ’ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ଏହା ସହାୟକ ହେବ।
ଟ୍ରାଫିକ ନିୟନ୍ତ୍ରଣ ପାଇଁ ମଧ୍ୟ ବ୍ୟବହାର କରାଯାଇ ପାରିବ। ଭିଡ଼ ନିୟନ୍ତ୍ରଣ ପାଇଁ ଏହାକୁ ବ୍ୟବହାର କରାଯାଇ ପାରିବ।ସେ ଆହୁରି କହିଛନ୍ତି, ଡ୍ରୋନ ପାଟ୍ରୋଲିଙ୍ଗ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡ଼କାଯିବ, ଯାହା ନାଇଟ ଭିଜନ ପ୍ରୁଫ ରହିଛି।

Tags: