୨ ଟି ମେଡିକାଲରେ ରୋଗୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା । ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତକ ଯାଜପୁର ଅଟଳପୁର ଗାଁର ୭୦ ବର୍ଷ ବୟସ୍କ ବୃଦ୍ଧ । ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି । ଅନ୍ୟପଟେ ବଲାଙ୍ଗୀର ଭୀମଭୋଇ ଜଣେ ରୋଗୀଙ୍କର ଝୁଲନ୍ତା ମୃତଦେହ […]
ଭୁବନେଶ୍ୱର : ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା । ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତକ ଯାଜପୁର ଅଟଳପୁର ଗାଁର ୭୦ ବର୍ଷ ବୟସ୍କ ବୃଦ୍ଧ । ଡିସେମ୍ବର ୫ରେ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି ହୋଇଥିଲେ । ପୋଲିସ ମୃତଦେହ ଜବତ କରି ତଦନ୍ତ କରୁଛି ।
ଅନ୍ୟପଟେ ବଲାଙ୍ଗୀର ଭୀମଭୋଇ ଜଣେ ରୋଗୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ସିଟି ସ୍କାନ ୱାର୍ଡ ପଛପଟ ଏକ ଗଛରୁ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ । ବର୍ତ୍ତମାନ ସୁଦ୍ଧା ମୃତ ଯୁବକଙ୍କ ପରିଚୟ ମିଳି ପାରି ନଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତେବେ ମୃତ ରୋଗୀଙ୍କର ହାତରେ ଛୁଞ୍ଚି ଲାଗିଥିବା ଦେଖିବାକୁ ମିଳିଛି । ଖବର ପାଇ ସ୍ଥାନୀୟ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି ।




