ଆମ୍ବୁଲାନ୍ସ ଅଚଳ ହେବାରୁ ଅଧାବାଟରେ ରୋଗୀଙ୍କ ମୃତ୍ୟୁ

ଗଞ୍ଜାମ : ଗଞ୍ଜାମ : ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ। ମୃତକ ହେଲେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା । ସୂଚନାନୁସାରେ,ଗତକାଲି ଅପରାହ୍ନ ୪ଟା ସମୟରେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳ ଦେଖୁଥିବା ବେଳେ ତାଙ୍କ ପେଟରେ ବଲ ବାଜିଥିଲା। ପରେ ଲଗାତାର ବାନ୍ତି ହେବାରୁ ଘର ଲୋକମାନେ […]

ଆମ୍ବୁଲାନ୍ସ ଅଚଳ ହେବାରୁ ଅଧାବାଟରେ ରୋଗୀଙ୍କ ମୃତ୍ୟୁ
Samaya Live Picture
Published On

ଗଞ୍ଜାମ : ଗଞ୍ଜାମ : ୧୦୮ ଆମ୍ବୁଲାନ୍ସ ଖରାପ ହେବାରୁ ଅଧାବାଟରେ ଚାଲିଗଲା ରୋଗୀଙ୍କ ଜୀବନ। ଏଭଳି ଏକ ସାଙ୍ଘାତିକ ଅଭିଯୋଗ ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ। ମୃତକ ହେଲେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ।

ସୂଚନାନୁସାରେ,ଗତକାଲି ଅପରାହ୍ନ ୪ଟା ସମୟରେ ଖଲ୍ଲିକୋଟ ବିରିପୁର ଅଞ୍ଚଳର ଶଙ୍କର ମହାରଣା ନିକଟସ୍ଥ ଏକ ପଡ଼ିଆରେ କ୍ରିକେଟ ଖେଳ ଦେଖୁଥିବା ବେଳେ ତାଙ୍କ ପେଟରେ ବଲ ବାଜିଥିଲା। ପରେ ଲଗାତାର ବାନ୍ତି ହେବାରୁ ଘର ଲୋକମାନେ ପ୍ରଥମେ ବାଲୁଗାଁ ମେଡିକାଲକୁ ନେଇଥିଲେ, ସେଠାରୁ ଅବସ୍ଥା ଗୁରୁତର ହେବାରୁ ଆମ୍ବୁଲାନ୍ସ ଯୋଗେ ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ୧୦୮ ଆମ୍ବୁଲାନ୍ସଟି ବାଟରେ ଖରାପ ହୋଇଯାଇଥିଲା । ଦୀର୍ଘ ସମୟ ଆମ୍ବୁଲାନ୍ସଟି ବାଟରେ ଅଟକି ରହିବା ପରେ ରାସ୍ତାରେ ଯାଉଥିବା ଗାଡିକୁ ଅଟକାଇ ହସ୍ପିଟାଲ ନେବାକୁ କହିଥିଲେ ପରିବାର ଲୋକେ,କିନ୍ତୁ ରାତି ଅଧିକ ହୋଇଥିବାରୁ କେହି ରାଜି ହୋଇ ନଥିଲେ । ଦୀର୍ଘ ତିନି ଘଣ୍ଟା ପରେ ଆଉ ଏକ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା। ରାତି ୪ଟାରେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଶଙ୍କରଙ୍କୁ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳକୁ ଅନେକ ବିଳମ୍ବ ହୋଇଯାଇଥିଲା । ସେଠାରେ ଡାକ୍ତର ଶଙ୍କରଙ୍କୁ ମୃତ ଘୋଷଣା କରିଥିଲେ। ଆମ୍ବୁଲାନ୍ସ ଖରାପ ହେବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Tags: