ଭୁଲ ଇଞ୍ଜେକ୍ସନ ଯୋଗୁଁ ରୋଗୀ ମୃତ

ଜଳେଶ୍ୱର : ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ I ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଲାଗିରହିଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମହାନ୍ତ (୪୫) ବର୍ଷ । ସୂଚନା ଅନୁସାରେ, ଗତକାଲି ଗଙ୍ଗାଧର ମହାନ୍ତଙ୍କ ହଠାତ୍ ପେଟ ବ୍ୟଥା ହେବାରୁ ପରିବାର ଲୋକେ ଦିନ ୩ ଟା ବେଳେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ […]

Samaya Live Picture
Published On

ଜଳେଶ୍ୱର : ଚିକିତ୍ସାରେ ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ I ଏହାକୁ ନେଇ ହସ୍ପିଟାଲରେ ଉତ୍ତେଜନା ଲାଗିରହିଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ସର୍ଦ୍ଦାର ବନ୍ଧ ପଞ୍ଚାୟତର ଶଙ୍ଖାଭଙ୍ଗା ଗ୍ରାମର ଗଙ୍ଗାଧର ମହାନ୍ତ (୪୫) ବର୍ଷ ।

ସୂଚନା ଅନୁସାରେ, ଗତକାଲି ଗଙ୍ଗାଧର ମହାନ୍ତଙ୍କ ହଠାତ୍ ପେଟ ବ୍ୟଥା ହେବାରୁ ପରିବାର ଲୋକେ ଦିନ ୩ ଟା ବେଳେ ହାତୀଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ତେବେ ବିଳମ୍ବିତ ରାତିରେ ଗଙ୍ଗାଧର ଅଧିକ ଅସୁସ୍ଥ ହୋଇପଡ଼ିଥିଲେ । ଏନେଇ ପରିବାର ଲୋକେ ନର୍ସଙ୍କୁ ଜଣାଇଥିଲେ। ନର୍ସ ଆସି ଗଙ୍ଗାଧରଙ୍କୁ ଏକ ଇଞ୍ଜେକସନ୍‌ ଦେଇଥିଲେ। ଇଞ୍ଜେକସନ୍‌ ଦେବାର କିଛି ସମୟ ପରେ ଗଙ୍ଗାଧରଙ୍କର ମୃତ୍ୟୁ ଘଟିଥିଲା। ନର୍ସ ଭୁଲ୍ ଇଞ୍ଜେକସନ୍‌ ଦେବା ଯୋଗୁ ଗଙ୍ଗାଧରଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଘଟଣାକୁ ନେଇ ହସ୍ପିଟାଲରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । କ୍ଷତିପୂରଣ ଦାବିରେ ପରିବାର ଲୋକେ ଶବରଖି ହସପିଟାଲ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Tags: