ପୁଣି ବଢିବ ଆଳୁ ଦର !
ଭୁବନେଶ୍ବର: ଆଳୁ ଦେବେନି ଦିଦି। କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ବଢିଛି ଚିନ୍ତା। ପଶ୍ଚିମବଙ୍ଗ ପୋଲିସ ଓଡିଶା ଆସୁଥିବା ଆଳୁ ଟ୍ରକ ଛାଡୁନି। ସୀମାରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ। ଲକ୍ଷ୍ମଣନାଥ ଟୋଲ ଗେଟ ପାଖରୁ କିଛି ଗାଡ଼ି ଫେରିଯାଇଛି। ଜାନୁଆରୀ-ଫେବ୍ରୁଆରୀରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଓ ପିଆଜ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର କଟକଣା […]
ଭୁବନେଶ୍ବର: ଆଳୁ ଦେବେନି ଦିଦି। କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ବଢିଛି ଚିନ୍ତା। ପଶ୍ଚିମବଙ୍ଗ ପୋଲିସ ଓଡିଶା ଆସୁଥିବା ଆଳୁ ଟ୍ରକ ଛାଡୁନି। ସୀମାରେ ଦୁଇ ଦିନ ହେଲା ଅଟକିଛି ଶହ ଶହ ଆଳୁ ଟ୍ରକ।
ଲକ୍ଷ୍ମଣନାଥ ଟୋଲ ଗେଟ ପାଖରୁ କିଛି ଗାଡ଼ି ଫେରିଯାଇଛି। ଜାନୁଆରୀ-ଫେବ୍ରୁଆରୀରେ ନୂଆ ଆଳୁ ଅମଳ ନହେବା ପର୍ଯ୍ୟନ୍ତ ରାଜ୍ୟରୁ ଆଳୁ ଓ ପିଆଜ ରପ୍ତାନୀ ଉପରେ ପଶ୍ଚିମବଙ୍ଗ ସରକାର କଟକଣା ଲଗାଇଛନ୍ତି। ଅଗଷ୍ଟରେ ପଶ୍ଚିମବଙ୍ଗ ଆଳୁ ରପ୍ତାନୀ ବନ୍ଦ କରିବା ପରେ ଓଡିଶାରେ ସ୍ଥିତି ଅଣାୟତ୍ତ ହୋଇଥିଲା। ଏବେ ପୁଣି ସେଭଳି ସଂକଟ ଦେଖା ଦେବ କି ?
ରାଜ୍ୟରେ କେଉଁଠି ୩୦ ତ କେଉଁଠି ୩୫ରୁ ୪୦ଟଙ୍କା କିଲୋ ପିଛା ବିକ୍ରି ହେଉଛି ଆଳୁ। ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଦର ବୃଦ୍ଧି ହୋଇଥିବା ବେଳେ ଆଳୁ ଦର ଅଗଷ୍ଟ ମାସ ଭଳି ବଢିଲେ ଲୋକେ ହଇରାଣ ହୋଇଯିବେ। ବିଗିଡିଯିବ ଲୋକଙ୍କ ମାସିକ ବଜେଟ୍।




