ରାଜ୍ୟରେ ଗୋଟିଏ ଦିନ ପାଇଁ ଆଳୁ ଷ୍ଟକ : ପୁଣି ବଢିବ ଆଳୁ ଦର
ଭୁବନେଶ୍ୱର:ରାତି ପାହିଲେ ଆଳୁ ଦରକାର। ଯେତିକି ଆଳୁ ଅଛି ଗୋଟେ ଦିନ ଚାଲିବା କଷ୍ଟକର ବୋଲି କହିଛନ୍ତି ବ୍ୟବସାୟୀ। ଆଳୁର ଶେଷ ଅବସ୍ଥା ପ୍ରାୟ ଆସି ପହଞ୍ଚିଲାଣି ତେଣୁ କୌଣସି ମୂହୁର୍ତ୍ତରେ ଆଳୁ ସଙ୍କଟ ଦେଖା ଦେଇପାରେ ବିଭିନ୍ନ କୋଲ୍ଡ ଷ୍ଟୋରେଜରେ ଆଳୁ ନାହିଁ। ଯାହା ଆଳୁ ଆସୁଛି ସେହି ଆଳୁ ହିଁ ବିକ୍ରି ହେଉଚି। ଓଡିଶାକୁ ପ୍ରତି ଦିନ ୪୫୦୦ ଟନ୍ ଆଳୁ ଆସେ। ଯେଉଁ ଆଳୁ ଗତକାଲି ଆସିଥିଲା ଆଜି କାଲି ପାଇଁ ଚଳିଯିବ। […]
ଭୁବନେଶ୍ୱର:ରାତି ପାହିଲେ ଆଳୁ ଦରକାର। ଯେତିକି ଆଳୁ ଅଛି ଗୋଟେ ଦିନ ଚାଲିବା କଷ୍ଟକର ବୋଲି କହିଛନ୍ତି ବ୍ୟବସାୟୀ। ଆଳୁର ଶେଷ ଅବସ୍ଥା ପ୍ରାୟ ଆସି ପହଞ୍ଚିଲାଣି ତେଣୁ କୌଣସି ମୂହୁର୍ତ୍ତରେ ଆଳୁ ସଙ୍କଟ ଦେଖା ଦେଇପାରେ ବିଭିନ୍ନ କୋଲ୍ଡ ଷ୍ଟୋରେଜରେ ଆଳୁ ନାହିଁ। ଯାହା ଆଳୁ ଆସୁଛି ସେହି ଆଳୁ ହିଁ ବିକ୍ରି ହେଉଚି। ଓଡିଶାକୁ ପ୍ରତି ଦିନ ୪୫୦୦ ଟନ୍ ଆଳୁ ଆସେ। ଯେଉଁ ଆଳୁ ଗତକାଲି ଆସିଥିଲା ଆଜି କାଲି ପାଇଁ ଚଳିଯିବ। ପଶ୍ଚିମବଙ୍ଗ ସୀମାରେ ଯେଉଁ ଆଳୁ ଗାଡି ଅଛି ତାକୁ ଆଣିବା କଥା ଚିନ୍ତା ନ କଲେ ଆଳୁ ଦର ପୁଣି ବଢ଼ିପାରେ ବୋଲି ବ୍ୟବସାୟୀ କହିଛନ୍ତି।
ଅନ୍ୟପଟେ ଦିଦି ଜିଦରେ ଅଟଳ ଅଛନ୍ତି। ପଶ୍ଚିମବଙ୍ଗ ସୀମାନ୍ତରେ ଆଳୁ ଟ୍ରକ ଅଟକି ରହିଛି। ପଶ୍ଚିମବଙ୍ଗରେ ଆଳୁ ଦର ନିୟନ୍ତ୍ରଣକୁ ନ ଆସିବା ପର୍ଯ୍ୟନ୍ତ ଅନ୍ୟ ରାଜ୍ୟକୁ ଆଳୁ ରପ୍ତାନି କରାଯିବନି ବୋଲି ଦିଦି ରୋକଠୋକ କହିଛନ୍ତି।




