ରସୁଲଗଡ଼ରେ ଖୋଲିଲା ପାସ୍‌‌ପୋର୍ଟ ଭେରିଫିକେସନ ଅଫିସ

ଭୁବନେଶ୍ୱର : ରାଜଧାନୀ ରସୁଲଗଡ଼ରେ ଖୋଲିଲା ନୂତନ ପାସ୍ପୋର୍ଟ ଅଫିସ I ନୂଆପଲ୍ଲୀ ସିଆର୍‌‌ପି ଛକରେ ଥିବା ଅଧା ପାସ୍‌‌ପୋର୍ଟ ଅଫିସ୍‌‌ ଏବେ ରସୁଲଗଡ଼କୁ ଉଠିଗଲା । ତେବେ ସିଆର୍‌‌ପିରେ ଥିବା ମୁଖ୍ୟ ପାସ୍‌‌ପୋର୍ଟ ଅଫିସ୍‌‌ ଥିବାବେଳେ ରସୁଲଗଡ଼ରେ ରିଜିଓନାଲ ଅଫିସ୍‌‌ ଖୋଲାଯାଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିସାରିଛି। ଅଗଷ୍ଟ ୧୫ ପରେ ଏହି ଅଫିସ୍‌‌ ଲୋକଙ୍କ ସେବା ପାଇଁ କାର୍ଯ୍ୟକାରୀ ହେବ। ଏହି ସେବାକେନ୍ଦ୍ରରେ ଲୋକମାନେ କେବଳ ଆବେଦନ କରିବା ସହ […]

Samaya Live Picture
Published On

ଭୁବନେଶ୍ୱର : ରାଜଧାନୀ ରସୁଲଗଡ଼ରେ ଖୋଲିଲା ନୂତନ ପାସ୍ପୋର୍ଟ ଅଫିସ I ନୂଆପଲ୍ଲୀ ସିଆର୍‌‌ପି ଛକରେ ଥିବା ଅଧା ପାସ୍‌‌ପୋର୍ଟ ଅଫିସ୍‌‌ ଏବେ ରସୁଲଗଡ଼କୁ ଉଠିଗଲା । ତେବେ ସିଆର୍‌‌ପିରେ ଥିବା ମୁଖ୍ୟ ପାସ୍‌‌ପୋର୍ଟ ଅଫିସ୍‌‌ ଥିବାବେଳେ ରସୁଲଗଡ଼ରେ ରିଜିଓନାଲ ଅଫିସ୍‌‌ ଖୋଲାଯାଇଛି । ଏନେଇ କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ଅନୁମତି ମିଳିସାରିଛି। ଅଗଷ୍ଟ ୧୫ ପରେ ଏହି ଅଫିସ୍‌‌ ଲୋକଙ୍କ ସେବା ପାଇଁ କାର୍ଯ୍ୟକାରୀ ହେବ। ଏହି ସେବାକେନ୍ଦ୍ରରେ ଲୋକମାନେ କେବଳ ଆବେଦନ କରିବା ସହ ସେଠାରେ ଭେରିଫିକେସନ କରାଯିବ। କିନ୍ତୁ ରିଜିଓନାଲ ଅଫିସ୍‌‌ରେ କେବଳ ସରକାରୀ କାମ ସହ ପାସ୍‌‌ପୋର୍ଟ ଇସ୍ୟୁ କରାଯିବ I ନୂଆପଲ୍ଲୀ ଅଫିସରେ କାର୍ଯ୍ୟଭାର ହାଲୁକା କରିବା ପାଇଁ ରସୁଲଗଡ଼ରେ ବିକଳ୍ପ ଅଫିସ୍‌‌ କରାଯାଇଥିବା କୁହାଯାଉଛି।

Tags: