ପୁରୀ ରେଳ ଷ୍ଟେସନରେ ଯାତ୍ରୀଙ୍କ ମୃତ୍ୟୁ

ପୁରୀ : ପୁରୀ ରେଳଷ୍ଟେସନ ଟିକେଟ ବୁକିଂ କାଉଣ୍ଟରରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି I ମୃତ ଯାତ୍ରୀ ହେଉଛନ୍ତି ରସୁଲଗଡ଼ ନୂଆ ସାହିର ଦେବପ୍ରିୟ ମହାନ୍ତି I ସୂଚନାନୁସାରେ, ସେ ରବିବାର ରାତିରେ ପୁରୀ ଆସିଥିଲେ I ଟ୍ରେନରୁ ଓହ୍ଲାଇ ବାହାରକୁ ଆସୁଥିବା ବେଳେ ଟିକେଟ ବୁକିଂ କାଉଣ୍ଟର ନିକଟରେ ଟଳି ପଡ଼ିଥିଲେ। ତାଙ୍କୁ ଜିଆରପି ପୋଲିସ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ […]

Samaya Live Picture
Published On

ପୁରୀ : ପୁରୀ ରେଳଷ୍ଟେସନ ଟିକେଟ ବୁକିଂ କାଉଣ୍ଟରରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି I ମୃତ ଯାତ୍ରୀ ହେଉଛନ୍ତି ରସୁଲଗଡ଼ ନୂଆ ସାହିର ଦେବପ୍ରିୟ ମହାନ୍ତି I
ସୂଚନାନୁସାରେ, ସେ ରବିବାର ରାତିରେ ପୁରୀ ଆସିଥିଲେ I ଟ୍ରେନରୁ ଓହ୍ଲାଇ ବାହାରକୁ ଆସୁଥିବା ବେଳେ ଟିକେଟ ବୁକିଂ କାଉଣ୍ଟର ନିକଟରେ ଟଳି ପଡ଼ିଥିଲେ। ତାଙ୍କୁ ଜିଆରପି ପୋଲିସ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ I ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ I ପୋଲିସ ତାଙ୍କ ମୋବାଇଲ ଯୋଗେ ପରିବାର ଲୋକଙ୍କ ସହ ଯୋଗାଯୋଗ କରିଥିଲା I

Tags: