ଯାତ୍ରୀବାହୀ ବସ – ଟ୍ରକ ଧକ୍କା ,୩୦ ଆହତ
ଜଳେଶ୍ୱର : ଟ୍ରକ୍ ପଛରେ ପିଟି ହେଲା ଯାତ୍ରୀବାହୀ ବସ୍ । ବସର ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତ ବିଳମ୍ବିତ ରାତିରେ ଦାସ ଆଣ୍ଡ ଦାସ ନାମକ ଯାତ୍ରୀବାହୀ ବସଟି ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍ଏଚ୍-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମସ୍ତ ଆହତ ବାଲେଶ୍ବର ମେଡିକାଲ୍ରେ […]
ଜଳେଶ୍ୱର : ଟ୍ରକ୍ ପଛରେ ପିଟି ହେଲା ଯାତ୍ରୀବାହୀ ବସ୍ । ବସର ସାମ୍ନା ପଟ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏଥିରେ ୩୦ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତ ବିଳମ୍ବିତ ରାତିରେ ଦାସ ଆଣ୍ଡ ଦାସ ନାମକ ଯାତ୍ରୀବାହୀ ବସଟି ଭୁବନେଶ୍ବରରୁ କୋଲକତା ଅଭିମୁଖେ ଯାଉଥିବା ବେଳେ ଏନ୍ଏଚ୍-୬୦ ବସ୍ତା ଥାନା ଜୁଣବଳଦା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ସମସ୍ତ ଆହତ ବାଲେଶ୍ବର ମେଡିକାଲ୍ରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁସାରେ ଗତ ବିଳମ୍ବିତ ରାତିରେ ୫ ଜଣ ଯାତ୍ରୀଙ୍କୁ ନେଇ ଦାସ ଆଣ୍ଡ ଦାସ ବସ ଭୁବନେଶ୍ୱରରୁ କୋଲକତା ଅଭିମୁଖେ ଯାଉଥିଲା । ଏହି ସମୟରେ ୬୦ ନମ୍ବର ଜାତୀୟ ରାଜପଥ ବସ୍ତା ଥାନା ଜୁଣବଳଦା ନିକଟରେ ଛିଡା ହୋଇଥିବା ଏକ କୋଇଲା ବୋଝେଇ ଟ୍ରକ ପଛପଟେ ଧକ୍କା ଦେଇଥିଲା । ଏଥିରେ ୩୦ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।




