ଟ୍ରକକୁ ପଛକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ଜଣେ ମୃତ, ୫ ଆହତ

ନୟାଗଡ଼: ଟ୍ରକ କୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ I ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହିତ ୫ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ନିକଟରେ । ଏଠାରେ ଠିଆ ହୋଇଥିବା ଏକ ଟ୍ରକକୁ ଆଜି ଭୋରରୁ ଧକ୍କା ଦେଇଥିଲା ଯାତ୍ରବାହୀ ବସ୍ । ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ ମାଣିକେଶ୍ବରୀ ନାମକ ଏକ ଘରୋଇ ବସ୍ ଆସୁଥିଲା। ଆଜି ଭୋର […]

Samaya Live Picture
Published On

ନୟାଗଡ଼: ଟ୍ରକ କୁ ପଛ ପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ I ଏଥିରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହେବା ସହିତ ୫ ଜଣ ଆହତ ହୋଇଛନ୍ତି। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଇଟାମାଟି ନିକଟରେ । ଏଠାରେ ଠିଆ ହୋଇଥିବା ଏକ ଟ୍ରକକୁ ଆଜି ଭୋରରୁ ଧକ୍କା ଦେଇଥିଲା ଯାତ୍ରବାହୀ ବସ୍ ।

ସୂଚନା ଅନୁଯାୟୀ, ଭବାନୀପାଟଣାରୁ ଭୁବନେଶ୍ବର ଅଭିମୁଖେ ମାଣିକେଶ୍ବରୀ ନାମକ ଏକ ଘରୋଇ ବସ୍ ଆସୁଥିଲା। ଆଜି ଭୋର ସମୟରେ ଖୋର୍ଦ୍ଧା- ବଲାଙ୍ଗୀର ଜାତୀୟ ରାଜପଥ ଇଟାମାଟି ନିକଟରେ ଥିବା ପେଟ୍ରୋଲ ପମ୍ପ ପାଖରେ ଠିଆ ହୋଇଥିବା ଏକ ମାର୍ବଲ ବୋଝେଇ ଟ୍ରକକୁ ପଛରୁ ଉକ୍ତ ଯାତ୍ରବାହୀ ବସ୍ ଟି ଧକ୍କା ଦେଇଥିଲା I ଏହାଫଳରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅମର ଚାନ୍ଦ। ତାଙ୍କ ଘର ଜୁନାଗଡ଼ରେ ବୋଲି ଜଣାଯାଇଛି।

ଏହାଛଡ଼ା ୫ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ କଟକର ଗଗନ ମହାରଣା, ଭବାନୀପାଟଣାର ମହମ୍ମଦ ମୁସ୍ତାକ୍ ସଲିମ୍, ଜୁନାଗଡ଼ର ପ୍ରମୋଦ ଭୋଇ, କୃଷ୍ଣଚନ୍ଦ୍ର ସାହୁ ଓ ଯାଜପୁରର ଅନନ୍ତ ଚରଣ ସାହୁ। ସ୍ଥାନୀୟ ଲୋକ ଆହତମାନଙ୍କୁ ଉଦ୍ଧାର କରି ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି ଏଣେ ଘଟଣାସ୍ଥଳରେ ଇଟାମାଟି ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।