ଯାତ୍ରୀବାହୀ ବସ୍, ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା,୧୧ ଗୁରୁତର
ବୌଦ୍ଧ: ଗତ ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ତହସିଲ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ସହିତ ପିକ୍ଅପ୍ ଗାଡି ମୁହାଁମୁହିଁ ଧକ୍କାହେବ ଫଳରେ ୧୧ ଜଣ ଗୁରୁତର ହୋଇଛନ୍ତି I ସମସ୍ତ ଆହତଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପିକ୍ ଅପ୍ ହେଲ୍ପର ଗୁରୁତର ଅଛନ୍ତି I ଗତକାଲି ବିଳମ୍ବିତ ରାତିରେ ‘ବଡ଼ପଣ୍ଡା’ ନାମକ ଏକ ଯାତ୍ରୀବାହୀ ବସଟି ବ୍ରହ୍ମପୁରରୁ ବଲାଙ୍ଗିର ଅଭିମୁଖେ […]
ବୌଦ୍ଧ: ଗତ ବିଳମ୍ବିତ ରାତିରେ ବୌଦ୍ଧ ଜିଲ୍ଲା ହରଭଂଗା ବ୍ଲକ୍ ତହସିଲ କାର୍ଯ୍ୟାଳୟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଯାତ୍ରୀବାହୀ ବସ୍ ସହିତ ପିକ୍ଅପ୍ ଗାଡି ମୁହାଁମୁହିଁ ଧକ୍କାହେବ ଫଳରେ ୧୧ ଜଣ ଗୁରୁତର ହୋଇଛନ୍ତି I ସମସ୍ତ ଆହତଙ୍କୁ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ପିକ୍ ଅପ୍ ହେଲ୍ପର ଗୁରୁତର ଅଛନ୍ତି I
ଗତକାଲି ବିଳମ୍ବିତ ରାତିରେ ‘ବଡ଼ପଣ୍ଡା’ ନାମକ ଏକ ଯାତ୍ରୀବାହୀ ବସଟି ବ୍ରହ୍ମପୁରରୁ ବଲାଙ୍ଗିର ଅଭିମୁଖେ ଯାଉଥିଲା। ଏହି ସମୟରେ ଚାରି ଛକ ତହସିଲ କାର୍ଯ୍ୟାଳୟ ନିକଟରେ ବୀପରିତ ଦିଗରୁ ଆସୁଥିବା ମାଲ ବୋଝେଇ ପିକଅପ୍ ଭ୍ୟାନ୍ଟି ବସ୍ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ପିକଅପ୍ ଭ୍ୟାନ୍ ଡ୍ରାଇଭର ଓ ହେଲପର ସମେତ ବସ୍ରେ ଥିବା ୧୧ଜଣ ଯାତ୍ରୀ ଆହତ ହୋଇଥିଲେ। ସେମାନଙ୍କୁ ଗୁରୁତର ଭାବେ ଉଦ୍ଧାର କରାଯାଇ ପୁରୁଣା କଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବସରେ ଥିବା ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପରେ ସେମାନଙ୍କୁ ଏକ ଗାଡି ଯୋଗେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ପଠାଯାଇଛି । ପୁରୁଣା କଟକ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଚଲାଇଛି I




