ଯାତ୍ରୀବାହୀ ବସ ଓଲଟି ୨ ଆହତ
ଖୋର୍ଦ୍ଧା : ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ। ଫଳରେ ଉଭୟ ଟ୍ରକ ଓ ବସ୍ ରାସ୍ତାରୁ ୨୦ଫୁଟ ତଳକୁ ଏକ ବିଲରେ ଖସିପଡିଛନ୍ତି। ତେବେ ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେଣୁ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ଘଟିଛି। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ […]
ଖୋର୍ଦ୍ଧା : ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ। ଫଳରେ ଉଭୟ ଟ୍ରକ ଓ ବସ୍ ରାସ୍ତାରୁ ୨୦ଫୁଟ ତଳକୁ ଏକ ବିଲରେ ଖସିପଡିଛନ୍ତି। ତେବେ ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେଣୁ ଡ୍ରାଇଭରଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ତେବେ ଏହି ଦୁର୍ଘଟଣା କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ଘଟିଛି।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଏକ ଯାତ୍ରୀବାହୀ ବସ କେନ୍ଦୁଝର ଅଭିମୁଖେ ଯାତ୍ରୀଙ୍କୁ ନେଇ ଯାଉଥିଲା। ହେଲେ ପିପିଳିଆ ନିକଟରେ ବସଟି ଠିଆ ହୋଇଥିବା ବେଳେ ପଛ ପଟୁ ଏକ ଟ୍ରକ ଆସି ବସକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଫଳରେ ଉଭୟ ଟ୍ରକ ଓ ବସ୍ ରାସ୍ତାରୁ ୨୦ଫୁଟ ତଳକୁ ଏକ ବିଲରେ ଖସିପଡିଥିଲେ। ତେବେ ଏହି ଦୁର୍ଘଟଣାରେ ଟ୍ରକ ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି। ତେଣୁ ଟ୍ରକ ଡ୍ରାଇଭରଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାର ତଦନ୍ତ କରୁଛି।




