ଯାତ୍ରୀବାହୀ ବସ ଓଲଟି ୧୦ ଆହତ
ସମ୍ବଲପୁର : ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ I ଭୁବନେଶ୍ୱରରୁ ସମ୍ବଲପୁରକୁ ଯାଉଥିବା ଶିଭମ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି l ଏଥିରେ ୧୦ ବସ ଯାତ୍ରୀ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ଆଗ୍ନିଶମ ବିଭାଗ ପହଂଚି ସମସ୍ତ ଆହତଙ୍କୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଛନ୍ତି l ସୂଚନାନୁସାରେ,ଆଜି ଭୋର ୪ ଟା ସମୟରେ ୫୫ ନମ୍ବର ଜାତୀୟ ରାଜପଥରେ ଶୀଭମ ନାମକ ଯାତ୍ରୀବାହୀ […]
ସମ୍ବଲପୁର : ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ I ଭୁବନେଶ୍ୱରରୁ ସମ୍ବଲପୁରକୁ ଯାଉଥିବା ଶିଭମ ନାମକ ଏକ ଘରୋଇ ବସ ଦୁର୍ଘଟଣା ଗସ୍ତ ହୋଇଥିବା ସୂଚନା ମିଳିଛି l ଏଥିରେ ୧୦ ବସ ଯାତ୍ରୀ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଓ ଆଗ୍ନିଶମ ବିଭାଗ ପହଂଚି ସମସ୍ତ ଆହତଙ୍କୁ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତି କରିଛନ୍ତି l
ସୂଚନାନୁସାରେ,ଆଜି ଭୋର ୪ ଟା ସମୟରେ ୫୫ ନମ୍ବର ଜାତୀୟ ରାଜପଥରେ ଶୀଭମ ନାମକ ଯାତ୍ରୀବାହୀ ବସଟି ଓଲଟି ପଡିଥିଲା I ବସଟି ୫୦ଜଣରୁ ଅଧିକ ଯାତ୍ରୀ ନେଇ ଭୁବନେଶ୍ୱରରୁ ହୀରାକୁଦ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ଚାରମାଳ ପୋଲିସ ଓ ରେଢ଼ାଖୋଲ ପୋଲିସ ଏସଡିପିଓ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ସେଥିମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି । ତେବେ କେଉଁ କାରଣରୁ ଦୁର୍ଘଟଣା ଘଟିଲା ଜଣାପଡି ନଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ରହିଛି I ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି I




