ଟ୍ରକ ଧକ୍କାରେ ଯାତ୍ରୀବାହୀ ବସ ଓଲଟି ୭ ଆହତ
ଜଳେଶ୍ୱର : ଦୁର୍ଘଟଣା ଗ୍ରସ୍ତ ହେଲା ଯାତ୍ରୀବାହୀ ବସ I ଟ୍ରକ ଧକ୍କାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ବସ୍ତି ଓଲଟି ପଡିବIରୁ ୭ ଯାତ୍ରୀ ଆହତ ହୋଇଛନ୍ତି I ଏଥିରେ ଥିବା ଅନ୍ୟ୪୦ ରୁ ବାଧିକ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି I ଆଜି ସକାଳୁ ଏହି ଦୁର୍ଘଟଣା NH 60 ଜଳେଶ୍ଵର ଥାନା ଶାନ୍ତିଆ ବାଇପାସ ନିକଟରେ ଘଟିଛି । ସୂଚନାନୁସାରେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା ପ୍ରଧାନ ନାମକ […]
ଜଳେଶ୍ୱର : ଦୁର୍ଘଟଣା ଗ୍ରସ୍ତ ହେଲା ଯାତ୍ରୀବାହୀ ବସ I ଟ୍ରକ ଧକ୍କାରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ବସ୍ତି ଓଲଟି ପଡିବIରୁ ୭ ଯାତ୍ରୀ ଆହତ ହୋଇଛନ୍ତି I ଏଥିରେ ଥିବା ଅନ୍ୟ୪୦ ରୁ ବାଧିକ ଯାତ୍ରୀ ଅଳ୍ପକେ ବର୍ତି ଯାଇଛନ୍ତି I ଆଜି ସକାଳୁ ଏହି ଦୁର୍ଘଟଣା NH 60 ଜଳେଶ୍ଵର ଥାନା ଶାନ୍ତିଆ ବାଇପାସ ନିକଟରେ ଘଟିଛି ।
ସୂଚନାନୁସାରେ ୪୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଯାଉଥିଲା ପ୍ରଧାନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ । ଏହି ସମୟରେ ପଶ୍ଚିମବଙ୍ଗ ସୀମା ଶାନ୍ତିଆ ବାଇପାସ ନିକଟରେ ବସ୍ତିକୁ ପଛପଟୁ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ବସଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱକୁ ଓଲଟି ପଡିଥିଲା । ଏଥିରେ ଆହତ ହୋଇଥିବା ୭ ଜଣ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଜଳେଶ୍ୱର ପୋଲିସ ପହଞ୍ଚି ବସ ଓ ଟ୍ରକ କୁ ଜବତ କରି ତଦନ୍ତ ଚଳାଇଛି ।




