ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ
ସୋନପୁର : କିଛିଦିନ ଧରି ଲଗାତାର ଦୁର୍ଘଟଣାର ସମ୍ମୁଖୀନ ହେଉଛି ଯାତ୍ରୀବାହୀ ବସ I ସେହିପରି ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଖମ୍ବସିରିପାଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ଯାତ୍ରୀବାହୀ ବସ I ଦୁର୍ଘଟଣାଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇ ଥିବାବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଛି I ସୂଚନାନୁସାରେ,ବସଟି ଭୁବନେଶ୍ୱରରୁ ପ୍ରାୟ ୪୦ ଯାତ୍ରୀଙ୍କୁ ନେଇ ଗତକାଲି ରାତିରେ ପାଟଣାଗଡ ଅଭିମୁଖେ […]
ସୋନପୁର : କିଛିଦିନ ଧରି ଲଗାତାର ଦୁର୍ଘଟଣାର ସମ୍ମୁଖୀନ ହେଉଛି ଯାତ୍ରୀବାହୀ ବସ I ସେହିପରି ସୋନପୁର-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥ ଖମ୍ବସିରିପାଲି ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି ଯାତ୍ରୀବାହୀ ବସ I ଦୁର୍ଘଟଣାଟଣାରୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇ ଥିବାବେଳେ ୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତି କରାଯାଇଛି I
ସୂଚନାନୁସାରେ,ବସଟି ଭୁବନେଶ୍ୱରରୁ ପ୍ରାୟ ୪୦ ଯାତ୍ରୀଙ୍କୁ ନେଇ ଗତକାଲି ରାତିରେ ପାଟଣାଗଡ ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା I ଖବର ପାଇ ସୋନପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।




