ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ,୩ ଗୁରୁତର

ଯାଜପୁର : ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଗତ ବିଳମ୍ବିତ ରାତିରେ ‘ସାହୁ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ବାଲେଶ୍ୱରରୁ ବ୍ରହ୍ମପୁର ଯାଉଥିବାବେଳେ ପ୍ରଥମେ ଏକ କାରକୁ ଧକ୍କା ଦେଇ ତେଲ ଟ୍ୟାଙ୍କର ପଛପଟେ ପିଟି ହୋଇଯାଇଥିଲା । ବସଟିରେ ୪୦ ଜଣ ଯାତ୍ରୀ ଥିବାବେଳେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ […]

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ,୩ ଗୁରୁତର
Samaya Live Picture
Published On

ଯାଜପୁର : ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ । ଗତ ବିଳମ୍ବିତ ରାତିରେ ‘ସାହୁ’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ ଯାଜପୁର ଜିଲା ଧର୍ମଶାଳା ଥାନା ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ବାଲେଶ୍ୱରରୁ ବ୍ରହ୍ମପୁର ଯାଉଥିବାବେଳେ ପ୍ରଥମେ ଏକ କାରକୁ ଧକ୍କା ଦେଇ ତେଲ ଟ୍ୟାଙ୍କର ପଛପଟେ ପିଟି ହୋଇଯାଇଥିଲା । ବସଟିରେ ୪୦ ଜଣ ଯାତ୍ରୀ ଥିବାବେଳେ ୩ ଜଣ ଯାତ୍ରୀ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଗୁରୁତର ହୋଇଥିବା ତିନିଜଣ ଯାତ୍ରୀଙ୍କୁ ପ୍ରଥମେ ଧର୍ମଶାଳା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

Tags: