ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ,୧୫ ଯାତ୍ରୀ ଆହତ

ଟାଙ୍ଗି : ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ । ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସର ପଥର ବନ୍ଧ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଏକ ଟ୍ରକ ପଛରେ ବସଟି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ବସର ଆଗ ଭାଗ ଭାଙ୍ଗି ରୁଜି ଚୂରମାର ହୋଇ ଯାଇଛି । ଗତକାଲି ରାତିରେ ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ଦାମନ ଯୋଡି ଯାଉଥିବା […]

ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ,୧୫ ଯାତ୍ରୀ ଆହତ
Samaya Live Picture
Published On

ଟାଙ୍ଗି : ଯାତ୍ରୀବାହୀ ବସ ଦୁର୍ଘଟଣା ଘଟି ୧୫ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ । ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବାଇପାସର ପଥର ବନ୍ଧ ନିକଟରେ ଏଭଳି ଦୁର୍ଘଟଣା ଘଟିଛି । ଏକ ଟ୍ରକ ପଛରେ ବସଟି ପିଟି ହେବାରୁ ଏହି ଦୁର୍ଘଟଣା ଘଟିଛି । ବସର ଆଗ ଭାଗ ଭାଙ୍ଗି ରୁଜି ଚୂରମାର ହୋଇ ଯାଇଛି ।

ଗତକାଲି ରାତିରେ ଯାତ୍ରୀବାହୀ ବସଟି ଭୁବନେଶ୍ୱରରୁ ଦାମନ ଯୋଡି ଯାଉଥିବା ବେଳେ ପଥର ବନ୍ଧ ନିକଟରେ ରାସ୍ତାରେ ଯାଉଥିବା ଏକ ଟ୍ରକ ହଠାତ ବ୍ରେକ ମାରିବା ସହ ୟୁ ଟର୍ଣ ନେବାରୁ ବସ ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକ ପଛରେ ପିଟି ହୋଇଥିଲା । ଖବରପାଇ ଟାଙ୍ଗୀ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତ ଯାତ୍ରୀ ଓ ଚାଳକଙ୍କୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି । ଦୁର୍ଘଟଣାସ୍ଥଳରୁ ଟ୍ରକ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Tags: