ଯାତ୍ରୀବାହୀ ବସ ଦୁର୍ଘଟଣା,୧ ମୃତ ୧୫ ଗୁରୁତର
ଯାଜପୁର : ଟ୍ରକ ପଛପଟେ ପିଟି ହେଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ୧୫ ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତି ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଯାଜପୁର ଜାତୀୟ ରାଜପଥ-୧୬ ଜାରକା ନିକଟରେ । ୪୦ ରୁ ଉର୍ଦ୍ଧ ଯାତ୍ରୀ ନେଇ ‘ରାଜା’ ନାମକ ଏକ ଯାତ୍ରୀବାହୀ ବସ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ ବସଟି ଭାରସାମ୍ୟ ହରାଇ ଟ୍ରକ […]
ଯାଜପୁର : ଟ୍ରକ ପଛପଟେ ପିଟି ହେଲା ଯାତ୍ରୀବାହୀ ବସ । ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହେବା ସହିତ ୧୫ ରୁ ଉର୍ଦ୍ଧ୍ବ ଗୁରୁତର ଆହତ ହୋଇଛନ୍ତି । ଗତ ବିଳମ୍ବିତ ରାତି ୩ ଟା ସମୟରେ ଏହି ଦୁର୍ଘଟଣା ଘଟିଛି ଯାଜପୁର ଜାତୀୟ ରାଜପଥ-୧୬ ଜାରକା ନିକଟରେ । ୪୦ ରୁ ଉର୍ଦ୍ଧ ଯାତ୍ରୀ ନେଇ ‘ରାଜା’ ନାମକ ଏକ ଯାତ୍ରୀବାହୀ ବସ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବାବେଳେ ବସଟି ଭାରସାମ୍ୟ ହରାଇ ଟ୍ରକ ପଛପଟେ ଧକ୍କା ହୋଇଥିଲା । ଦୁର୍ଘଟଣା ଖବର ପାଇ ଧର୍ମଶାଳା ପୋଲିସ ପହଞ୍ଚି ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି। ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସର ତନାଘନା ଜାରି।




