ଜାନୁଆରୀରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି – ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର- ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି । ଏହାକୁ ନେଇ ବିଜେପି ସରକାର କାମ ଜାରି ରଖିଛି । ଆବଶ୍ୟକ ହେଲେ ରେରା ଆଇନରେ ମଧ୍ୟ ସଂଶୋଧନ କରାଯିବ । ପାର୍ଟ ପ୍ଲଟିଂକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି କି, ଜାନୁଆରୀ ମାସରୁ ପାର୍ଟ ପ୍ଲଟ ସେଲ ହେବ । ଏଥିପାଇଁ ୩୧ରେ ବୈଠକ ହେବ । ବୈଠକରେ ଏହାକୁ ନେଇ […]
ଭୁବନେଶ୍ୱର- ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେବ ପାର୍ଟ ପ୍ଲଟ ବିକ୍ରି । ଏହାକୁ ନେଇ ବିଜେପି ସରକାର କାମ ଜାରି ରଖିଛି । ଆବଶ୍ୟକ ହେଲେ ରେରା ଆଇନରେ ମଧ୍ୟ ସଂଶୋଧନ କରାଯିବ । ପାର୍ଟ ପ୍ଲଟିଂକୁ ନେଇ ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ମନ୍ତ୍ରୀ କହିଛନ୍ତି କି, ଜାନୁଆରୀ ମାସରୁ ପାର୍ଟ ପ୍ଲଟ ସେଲ ହେବ । ଏଥିପାଇଁ ୩୧ରେ ବୈଠକ ହେବ । ବୈଠକରେ ଏହାକୁ ନେଇ ଥିବା ଜଟିଳତା ଦୂର କରିବା ଦିଗରେ ପଦକ୍ଷେପ ନିଆଯିବ । ଦରକାର ହେଲେ ରେରା ଆଇନରେ ସଂଶୋଧନ କରାଯିବ । ଏଥିଲାଗି ରେରା କମିଟିକୁ କୁହାଯାଇଛିା ଆଇନ ଶବ୍ଦ ସଂଯୋଜନାରେ ଅସୁବିଧା ଅଛି । ବେଆଇନ ଭାବେ ପାର୍ଟ ପ୍ଲଟ୍ ରେଜିଷ୍ଟ୍ରେସନ ହୋଇଛି । ୩୧ ଜଣ ଜିଲ୍ଲାର ରେଜିଷ୍ଟର, ସବ୍ ରେଜିଷ୍ଟରଙ୍କୁ ତାଲିକା ମଧ୍ୟ ବିଭାଗ ପ୍ରସ୍ତୁତ କରିଛି । ସେମାନଙ୍କର କେତେ ଭଲ ଉଦ୍ଦେଶ୍ୟ ଥିଲା କେତେ ମନ୍ଦ ଥିଲା ତାର ମଧ୍ୟ ଖୋଳତାଡ଼ ହେବ ବୋଲି ମନ୍ତ୍ରୀ କହିଛନ୍ତି ।




