ପ୍ୟାରିସ ଅଲିମ୍ପିକ : ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ୟାରିସ ଅଲିମ୍ପିକରେ ଭାରତ ବ୍ରୋଞ୍ଜ ପଦକ ପାଇବା ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ହକି ଟିମ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ଓଡିଶା ଆସିବାକୁ ଟିମ ଇଣ୍ଡିଆକୁ ନିମନ୍ତ୍ରଣ କରିଛନ୍ତି I ଏହା ସହିତ ହକି ଟିମ ଏବଂ ଓଡ଼ିଶା ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମିତ ରୋହିଦାସଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମିତଙ୍କୁ ମିଳିବ […]

Samaya Live Picture
Published On

ଭୁବନେଶ୍ୱର : ପ୍ୟାରିସ ଅଲିମ୍ପିକରେ ଭାରତ ବ୍ରୋଞ୍ଜ ପଦକ ପାଇବା ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ହକି ଟିମ ସହ ମୁଖ୍ୟମନ୍ତ୍ରୀ କଥା ହୋଇ ଓଡିଶା ଆସିବାକୁ ଟିମ ଇଣ୍ଡିଆକୁ ନିମନ୍ତ୍ରଣ କରିଛନ୍ତି I ଏହା ସହିତ ହକି ଟିମ ଏବଂ ଓଡ଼ିଶା ଖେଳାଳିଙ୍କ ପାଇଁ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଅମିତ ରୋହିଦାସଙ୍କ ପାଇଁ ସ୍ୱତନ୍ତ୍ର ଆର୍ଥିକ ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଅମିତଙ୍କୁ ମିଳିବ ୪ କୋଟି ଟଙ୍କା । ଏହାସହ ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଓ ସପୋର୍ଟ ଷ୍ଟାଫଙ୍କୁ ମିଳିବ ୧୦ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ।

ସୂଚନାଯୋଗ୍ୟ, ଓଡ଼ିଶା ହକି ଇଣ୍ଡିଆର ପ୍ରାୟୋଜକ ରହିଛି ।

ସୂଚନାନୁସାରେ,ପ୍ୟାରିସ ଅଲିମ୍ପିକ୍ସରେ ଇତିହାସକୁ ଦୋହରାଇଛି ଭାରତୀୟ ହକି ଟିମ। ହରମନପ୍ରୀତି ସିଂଙ୍କ ନେତୃତ୍ବରେ ଟିମ ଇଣ୍ଡିଆ ସ୍ପେନକୁ ୨-୧ ଗୋଲରେ ହରାଇଛି । ଦୀର୍ଘ ୫୨ ବର୍ଷ ପରେ ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ ହୋଇଛି। ୧୯୬୮ ଓ ୧୯୭୨ ପରେ ଭାରତ ବ୍ରୋଞ୍ଜ ଜିତିଥିଲା। ଏବେ ଟୋକିଓ(୨୦୨୦) ଓ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଟିମ ବ୍ରୋଞ୍ଜ ପଦକ ଜିତି ଇତିହାସକୁ ଦୋହରାଇଛି।

Tags: