ପରିକ୍ରମା ପ୍ରକଳ୍ପ ,ଆଜିଠୁ ଦେବପୀଠକୁ ‘ପରିକ୍ରମା’ ନିମନ୍ତ୍ରଣ

ଭୁବନେଶ୍ୱର : ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ମନ୍ଦିର,ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯିବ। ପରମ୍ପରା ଅନୁଯାୟୀ, ପ୍ରଥମ ନିମନ୍ତ୍ରଣପତ୍ର ୨୧ ଡିସେମ୍ବରରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା I ଏହାପରେ ଅନ୍ୟ ଦେବଦେବୀଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ମଙ୍ଗଳବାର ଯାତ୍ରା ଆରମ୍ଭ […]

Samaya Live Picture
Published On

ଭୁବନେଶ୍ୱର : ଜାନୁୟାରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ପୁରୀ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଲୋକାର୍ପଣ ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ମନ୍ଦିର,ସାଧୁସନ୍ଥଙ୍କୁ ନିମନ୍ତ୍ରଣ କରାଯିବ।

ପରମ୍ପରା ଅନୁଯାୟୀ, ପ୍ରଥମ ନିମନ୍ତ୍ରଣପତ୍ର ୨୧ ଡିସେମ୍ବରରେ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥିଲା I ଏହାପରେ ଅନ୍ୟ ଦେବଦେବୀଙ୍କୁ ନିମନ୍ତ୍ରଣ ପାଇଁ ସେବାୟତମାନେ ମଙ୍ଗଳବାର ଯାତ୍ରା ଆରମ୍ଭ କରିଛନ୍ତି । ସେହିପରି ଆଜି ପ୍ରଭୁ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପାଇଁ ପୁରୀରୁ ବାହାରି ସେବାୟତ ମାନେ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିର ଭିତରକୁ ସେବାୟତଙ୍କୁ ପାଛୋଟି ନେଇଛନ୍ତି ଲିଙ୍ଗରାଜଙ୍କ ସେବାୟତ । ଘଣ୍ଟଘଣ୍ଟାରେ ପରିବେଶ ପ୍ରକମ୍ପିତ ହେଉଛି। ଏହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯିବ ।

ସୂଚନା ଯୋଗ୍ୟ,ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଜାନୁଆରୀ ୧୭ ରୁ ୫ ଦିନ ପୂଜାର୍ଚ୍ଚନା ମଧ୍ୟ କରାଯିବ। ଡିସେମ୍ବର ୨୧ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଏହାପରେ ଆଜିଠାରୁ ସେବାୟତମାନେ ଭୁବନେଶ୍ୱର ସମେତ ଖଲ୍ଲିକୋଟ ଓ କୋଦଳା ,ଜଗତସିଂହପୁର, କେନ୍ଦ୍ରାପଡା,ବାଲେଶ୍ୱର, ମୟୁରଭଂଜ, ଯାଜପୁର ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ଅନୁଗୁଳ,ଦେବଗଡ, କନ୍ଧମାଳ, ବୌଦ୍ଧ, ଖୋର୍ଦ୍ଦା,ନୟାଗଡ, ଗଂଜାମ,ବଲାଙ୍ଗୀର,ଦାରୁକ୍ଷେତ୍ର ପୁରୀ, କାକଟପୁର ଗସ୍ତରେ ଯାଇ ନିମନ୍ତ୍ରଣ କରୁଛନ୍ତି ।

Tags: