ସ୍କୁଲ ପିଲା ଗାଡି ଚଳାଇଲେ ତଣ୍ଡ ଗଣିବେ ଅଭିଭାବକ

ଭୁବନେଶ୍ୱର : ଏଣିକି ସାବାଡ଼ ହେବେ ଅମାନିଆ ସ୍କୁଲ ପିଲା I ପିଲାମାନଙ୍କ ଭୁଲର ପରିଣାମ ଭୋଗିବେ ଅଭିଭାବକ I ଡ୍ରାଇଭିଂ ଲାଇସେନ୍‌ସ ନଥାଇ ସ୍କୁଲ ପିଲା ଗାଡ଼ି ଚଢ଼ୁଥିଲେ ଅଭିଭାବକ ଗଣିବେ ୨୫ ହଜାର ତଣ୍ଡ। ଯଦି ସେମାନେ ନିୟମ ଉଲ୍ଲଂଘନ କରି ଗାଡ଼ି ଚଳାନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ଯ ଅନୁଷ୍ଠାନ ହେବ। ଏନେଇ ସତର୍କ କରାଇଛି ରାଜ୍ୟ ପରିବହନ ପ୍ରାଧିକରଣ […]

Samaya Live Picture
Published On

ଭୁବନେଶ୍ୱର : ଏଣିକି ସାବାଡ଼ ହେବେ ଅମାନିଆ ସ୍କୁଲ ପିଲା I ପିଲାମାନଙ୍କ ଭୁଲର ପରିଣାମ ଭୋଗିବେ ଅଭିଭାବକ I ଡ୍ରାଇଭିଂ ଲାଇସେନ୍‌ସ ନଥାଇ ସ୍କୁଲ ପିଲା ଗାଡ଼ି ଚଢ଼ୁଥିଲେ ଅଭିଭାବକ ଗଣିବେ ୨୫ ହଜାର ତଣ୍ଡ। ଯଦି ସେମାନେ ନିୟମ ଉଲ୍ଲଂଘନ କରି ଗାଡ଼ି ଚଳାନ୍ତି ତେବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ମୋଟର ଆଇନ ୧୯-ଇ ଆଧାରରେ ନିୟମ ଉଲଙ୍ଘନକାରୀଙ୍କ ଉପରେ କଡା କାର୍ଯ୍ଯ ଅନୁଷ୍ଠାନ ହେବ। ଏନେଇ ସତର୍କ କରାଇଛି ରାଜ୍ୟ ପରିବହନ ପ୍ରାଧିକରଣ ।

ଆଜିଠାରୁ ୧୦ ଦିନ ପର୍ଯ୍ୟନ୍ତ ଚାଲିବ ସ୍ୱତନ୍ତ୍ର ଅଭିଯାନ। କମ୍‌ ବୟସର ପିଲା ଗାଡ଼ି ଚଳାଇ ଧରାପଡ଼ିଲେ ଅଭିଭାବକ ଅବା ଗାଡ଼ି ମାଲିକ ୨୫ହଜାର ଟଙ୍କା ଜରିମାନା ଦେବା ସହ ୩ ମାସ ଜେଲ୍‌ ଯିବା ପାଇଁ ପରିବହନ ବିଭାଗ ପକ୍ଷରୁ ୨୦୨୦ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏଥିପାଇଁ ସ୍କୁଲ ଆଖପାଖରେ ଧରପଗଡ଼ ହେବ ବୋଲି କହିଛନ୍ତି ପରିବହନ ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର ଲାଲମୋହନ ସେଠୀ । ଆସନ୍ତାକାଲିଠୁ ଏହି କଟକଣା ଲାଗୁ କରାଯିବ । ଏପ୍ରିଲ ପ୍ରଥମ ସପ୍ତାହ ଯାଏଁ ସ୍ପେଶାଲ ଡ୍ରାଇଭ ହେବ ବୋଲି ସେ ସୂଚନା ଦେଇଛନ୍ତି । ବିନା ଲାଇସେନ୍ସରେ ଗାଡ଼ି ଚଳାଉଥିଲେ ଅଭିଭାବକମାନଙ୍କୁ ୨୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ ।

ଗାଡ଼ି ଚଳାଉଥିବାବେଳେ ନାବାଳକ ଜଣକ ଯଦି ଧରାପଡ଼ିବେ, ତେବେ ବାଇକ ମାଲିକକୁ କୋର୍ଟ ଚାଲାଣ କରାଯିବ। ଏପରିକି ଗାଡ଼ିର ଆରସି ଏକ ବର୍ଷ ପାଇଁ ବାତିଲ୍‌ କରାଯିବା ସହ ସଂପୃକ୍ତ ଗାଡ଼ି ଚାଳକଙ୍କୁ ୨୫ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ବି ଡିଏଲ୍‌ ମିଳିବ ନାହିଁ ବୋଲି କୁହାଯାଇଥିଲା। ଆଜିଠାରୁ କାର୍ଯ୍ୟାନୁଷ୍ଠାନକୁ କଡ଼ାକଡ଼ି କରାଯିବ। ଆସନ୍ତା ଏପ୍ରିଲ ମାସ ପ୍ରଥମ ସପ୍ତାହରେ ଯେପରି ଶୂନ୍ୟ ମୃତାହତ ରହିବ ଏ ଦିଗରେ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ନିର୍ଦ୍ଦେଶନାମା ଆସିଛି। ଏଣୁ ପରିବହନ ବିଭାଗ ଆଜିଠାରୁ ଏପ୍ରିଲ ପ୍ରଥମ ସପ୍ତାହ ଶେଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଏନ୍‌ଫୋର୍ସମେଣ୍ଟ ଅଭିଯାନ ଆରମ୍ଭ କରିବାକୁ ଯାଉଛି।

Tags: