ସତ୍ୟ ହେଉଛି ପଞ୍ଜିକା ଗଣନା

ଭୁବନେଶ୍ୱର : ସତ୍ୟରେ ପରିଣତ ହେଉଛି ପଞ୍ଜିକା ପୂର୍ବାନୁମାନ । ଅସଲି ଖଡୀରତ୍ନ ପଞ୍ଜିକାରେ ବାତ୍ୟାକୁ ନେଇ କରିଥିବା ପୂର୍ବାନୁମାନ ସତ୍ୟରେ ପରିଣତ ହେବାକୁ ଯାଉଛି । ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା । ଯାହା ଏବେ ସତ ହେବାକୁ ଯାଉଛି। ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କେଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି […]

Samaya Live Picture
Published On

ଭୁବନେଶ୍ୱର : ସତ୍ୟରେ ପରିଣତ ହେଉଛି ପଞ୍ଜିକା ପୂର୍ବାନୁମାନ । ଅସଲି ଖଡୀରତ୍ନ ପଞ୍ଜିକାରେ ବାତ୍ୟାକୁ ନେଇ କରିଥିବା ପୂର୍ବାନୁମାନ ସତ୍ୟରେ ପରିଣତ ହେବାକୁ ଯାଉଛି । ଏପରିକି କେଉଁ ତାରିଖରେ ବାତ୍ୟା ହେବ ଏବଂ କେଉଁ କେଉଁ ଅଞ୍ଚଳ ପ୍ରଭାବିତ ହେବ ତାହା ମଧ୍ୟ ପଞ୍ଜିକାରେ ଗଣନା କରାଯାଇଥିଲା । ଯାହା ଏବେ ସତ ହେବାକୁ ଯାଉଛି। ରାଜ୍ୟର ଉପକୂଳ ଅଞ୍ଚଳ ପୁରୀ, କଟକ, ଗୋପାଳପୁର, କେଣାର୍କ, ଅସ୍ତରଙ୍ଗ, ଯାଜପୁର, ଭୁବନେଶ୍ବର, ନୟାଗଡ, କାକଟପୁର, ନିଆଳି ଆଦି ସ୍ଥାନରେ ଚଳିତ ମାସରେ ଘୁର୍ଣ୍ଣିବାତ୍ୟା ହେବା ନେଇ ପଞ୍ଜିକାରେ ଉଲ୍ଲେଖ ରହିଛି।

ପ୍ରବଳ ବାୟୁପ୍ରବାହ ସହ ସାମୁଦ୍ରିକ ଝଡ ମହାବାତ୍ୟା ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ନେଇ ପଞ୍ଜିକାରେ ଲେଖା ରହିଛି। ଅକ୍ଟୋବର ୧୭ରୁ ୨୩ ତାରିଖ, ଅକ୍ଟୋବର ୨୩ରୁ ୩୦ ,ତାରିଖ ମଧ୍ୟରେ ବାତ୍ୟା ହେବା ସହ ଆଗାମୀ ନଭେମ୍ବର ମାସରେ ପୁଣି ଏକ ବାତ୍ୟା ହେବ ବୋଲି ଗଣନା କରାଯାଇଛି। ନଭେମ୍ବର ୫ରୁ ୯ତାରିଖ ଏବଂ ୧୧ରୁ ୧୫ତାରିଖ ମଧ୍ୟରେ ପ୍ରଚଣ୍ଡ ବାୟୁ ପ୍ରବାହ, ସାମୁଦ୍ରିକ ଝଡ, ଲଘୁଚାପ, ଜୁଆର ଓ ବନ୍ୟା ବିତ୍ପାତ ଦ୍ୱାରା ବହୁ ଧନଜୀବନ ପ୍ରଭାବିତ ହେବ ବୋଲି ପଞ୍ଜିକାରେ ଆକଳନ କରାଯାଇଛି।

Tags: