ଆଜି ମୁଖ୍ୟମନ୍ତ୍ରୀ ଭବାନୀପାଟଣା,ନୂଆପଡା ଏବଂ ଗୋପାଳପୁରରେ ପ୍ରଚାର କରିବେ ପାଣ୍ଡିଆନ

ଭୁବନେଶ୍ୱର : ଜମୁଛି ପ୍ରଚାର ମୈଦାନ I କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ I ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି I ଏହାପୂର୍ବରୁ କମ୍ପୁଛି ପ୍ରଚାର ମୈଦାନ I ଦ୍ଵିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ Iଏହି ପରିପ୍ରେକ୍ଷୀରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ସହିତ ୭ ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିବେ […]

Samaya Live Picture
Published On

ଭୁବନେଶ୍ୱର : ଜମୁଛି ପ୍ରଚାର ମୈଦାନ I କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ I ରାଜ୍ୟରେ ଆସନ୍ତା ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଛି I ଏହାପୂର୍ବରୁ କମ୍ପୁଛି ପ୍ରଚାର ମୈଦାନ I ଦ୍ଵିତୀୟ ଥର ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ Iଏହି ପରିପ୍ରେକ୍ଷୀରେ ସୋମବାର ନିର୍ବାଚନୀ ପ୍ରଚାର ପାଇଁ ବିଜେଡିର ଷ୍ଟାର ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଳାହାଣ୍ଡି ସହିତ ୭ ଟି ନିର୍ବାଚନ ମଣ୍ଡଳୀରେ ପ୍ରଚାର ଆରମ୍ଭ କରିବେ I

ପୂର୍ବାହ୍ନ ୧୧.୫ ମିନିଟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ପହଁଚି ଋଷିଗଗାଁ କ୍ରିଷ୍ଣାନଗର ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗଦେଇ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବେ। ପରେ ନବୀନ ଭବାନୀପାଟଣାରୁ ବାହାରି ନୂଆପଡା ଜିଲ୍ଲା ଖଡ଼ିଆଳ ଗସ୍ତ କରିବେ। ସେଠାରେ ଆୟୋଜିତ ସାଧାରଣ ସଭାରେ ଯୋଗଦେବେ। ସେଠାରୁ ପ୍ରତ୍ୟାବର୍ତ୍ତନ କରି କଳାହାଣ୍ଡି ଜିଲ୍ଲା ଉତ୍କେଲା ଏଆରଷ୍ଟ୍ରିପରେ ପହଞ୍ଚି ସେଠାରୁ ଭୁବନେଶ୍ୱର ଫେରି ଆସିବେ।

ସେପଟେ ବିଜେଡିର ଦୁଇ ନମ୍ବର ଷ୍ଟାର ପ୍ରଚାରକ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ପ୍ରଚାର ଜାରି ରଖିଛନ୍ତି। ଆଜି ମଧ୍ୟ କାର୍ତ୍ତିକ ପାଣ୍ଡିଆନ ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରିବେ । ଗୋପାଳପୁରରେ ମେଗା ରୋଡ୍ ଶୋ’ କରିବେ ପାଣ୍ଡିଆନ ।

ଅନ୍ୟପଟେ ଗତ ରାତିରୁ ଓଡ଼ିଶାରେ ପହଁଚିଥିବା ପ୍ରଧାନ ମନ୍ତ୍ରୀ ଆଜି ଦକ୍ଷିଣ ଓଡିଶା ଗସ୍ତରେ ଯାଇ ବ୍ରହ୍ମପୁର ଏବଂ ନବରଂଗପୁରରେ ବିଶାଳ ଜନସଭାକୁ ସମ୍ବୋଧନ କରି ବିଜେଡି ସରକାର ଉପରେ ବର୍ଷିଛନ୍ତି I ସକାଳ ୧୦ଟାରେ ବ୍ରହ୍ମପୁର ଏବଂ ଦିନ ସାଢ଼େ ୧୨ଟାରେ ନବରଙ୍ଗପୁର ପାପଡ଼ାହାଣ୍ଡିରେ ଜନସଭାରେ ଅଭିଭାଷଣ ଦେଇଥିଲେ ମୋଦି । ସେ କହିଛନ୍ତି ଆଜି ମେ ୬ ତାରିଖ I ଜୁନ ୬ ରେ ବିଜେପି ସରକାର ଶପଥ ନେବ I ଜୁନ ୪ ତାରିଖରେ ବିଜେଡି ସାରାକରର ହେଉଛି ଏକ୍ସପା ରି ଡେଟ I ଜୁନ ୧୦ ତାରିଖରେ ବିଜେପି ସରକାର ଶପଥ ନେବ I ମୁଁ ଏହି ଶପଥ ସମାରୋହକୁ ନିମନ୍ତ୍ରଣ କରିବାକୁ ଆସିଛି I ଓଡିଶାରେ ବିଜେଡି ଅସ୍ତ, କଂଗ୍ରେସ ନିସ୍ତେଜ ଏବଂ ଲୋକ ବିଜେପି ଉପରେ ଆଶ୍ୱସ୍ତ ଅଛନ୍ତି । କେବଳ ବିଜେପି ହିଁ ଆଶାର ନୂଆ କିରଣ ହେଇ ଆସିଛି କହି ଓଜସ୍ୱି ଭାଷଣ ଦେଇଛନ୍ତି ।

Tags: