ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଜୋରଦାର ପ୍ରଚାର ,ଜନସଭାରେ ଧର୍ମେନ୍ଦ୍ରଙ୍କୁ ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆନ
ସମ୍ବଲପୁର : ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ରାଜ୍ୟ ସରକାର ଆଣିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଇସ୍ତାହାରରେ ଘୋଷଣା କରାଯାଇଥିବା ମାଗଣା ବିଜୁଳି ଦେବା କଥା କହିଥିଲେ । ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଏହାସହ ବିରୋଧୀଙ୍କୁ […]
ସମ୍ବଲପୁର : ସମ୍ବଲପୁରରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଜୋରଦାର ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ I ରାଜ୍ୟ ସରକାର ଆଣିଥିବା ବିଭିନ୍ନ ଯୋଜନା ଭଲ କି ନାହିଁ ବୋଲି ପଚାରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ଇସ୍ତାହାରରେ ଘୋଷଣା କରାଯାଇଥିବା ମାଗଣା ବିଜୁଳି ଦେବା କଥା କହିଥିଲେ । ଜୁଲାଇ ମାସରୁ ବିଜୁଳି ବିଲ୍ ଆସିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।
ଏହାସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ I ସେ କହିଛନ୍ତି ବିରୋଧୀ ମିଛ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି I ତେଣୁ ସେମାନଙ୍କୁ ବିଶ୍ୱାସ ନ କରି ବିଜେଡି ପ୍ରାର୍ଥୀଙ୍କୁ ଭରସିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ସେହିପରି ସମ୍ବଲପୁର ଜନସଭାରେ ଧର୍ମେନ୍ଦ୍ରଙ୍କୁ ପ୍ରଶ୍ନବାଣ ମାରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ । ସମ୍ବଲପୁର କୋଶଳୀ ଭାଷାକୁ ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ନିକଟକୁ ୫ଥର ପ୍ରସ୍ତାବ ଦେଇଛନ୍ତି I ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ପରେ ମଧ୍ୟ କାହିଁକି ସମ୍ବଲପୁରୀ, କୋଶଳୀ ଭାଷା ସମ୍ବିଧାନର ୮ମ ଅନୁଚ୍ଛେଦରେ ସାମିଲ ହୋଇପାରିଲାନି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ୧୦ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିବା ସତ୍ୱେ ସମ୍ବଲପୁର ପାଇଁ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପାଣ୍ଡିଆନ । ସେହିପରି ସମ୍ବଲପୁର ବୀରପୁତ୍ରଙ୍କ ପାଇଁ କଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ I କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ରହି ମଧ୍ୟ ଏହି ଅଂଚଳରେ କେତୋଟି କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ଖୋଲିଛନ୍ତି। ଯାହା ୧୦ ବର୍ଷ ଭିତରେ କରିନାହାଁନ୍ତି ୧୦ ଦିନରେ ଆସି ପ୍ରତିଶ୍ରୁତି ଦେଉଛନ୍ତି। ସମ୍ବଲପୁର ରାସ୍ତା ମରଣଯନ୍ତା ପାଲଟିଛି। ଏନଏଚ ୫୫ ରାସ୍ତା କାମ ୧୦ବର୍ଷ ହେଲାଣି ଶେଷ ହେଉନାହିିଁ। ସ୍କିଲ ଡେଭଲପମେଣ୍ଟ ପାଇଁ ଏ ଅଞ୍ଚଳରେ କିଛି ନାହିଁ।
ସମ୍ବଲପୁରୀ ଶାଢୀ ପାଇଁ କଳାଭୂମିରେ ମ୍ୟୁଜିୟମ କରୁଛନ୍ତି, କିନ୍ତୁ ୧୦ ବର୍ଷ ହେବ କେନ୍ଦ୍ରମନ୍ତ୍ରୀ ରହିଥିଲେ ମଧ୍ୟ ସମ୍ବଲପୁରୀ ଶାଢୀ ପାଇଁ କଣ କରିଛନ୍ତି ? ସମ୍ବଲପୁର ଶାଢୀ ଡିଜାଇନରେ ଓଡ଼ିଶାର କୃଷି ଭବନର ନିର୍ମାଣ ହୋଇଛି । ଏହାଦ୍ୱାରା ସମ୍ବଲପୁରର ପରିଚୟ ଓ ଗୌରବକୁ ଆହୁରି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି । ଏହି ଡିଜାଇନର ବିଲ୍ଡିଂ ସାରା ବିଶ୍ୱରେ ଏକ ନମ୍ବର କୋଠା ମହଲା ଭାବେ ପୁରସ୍କୃତ ହେଲା ।
ହେଲେ ମୁଖ୍ୟମନ୍ତ୍ରୀ କୋଟି କୋଟି ଟଙ୍କା ବ୍ୟୟରେ ସ୍ମାରକୀ ନିର୍ମାଣ କରିଛନ୍ତି। ହୀରାକୁଦ କଥା ଭୁଲି କେନ୍ଦ୍ରମନ୍ତ୍ରୀ ଛତିଶଗଡ ପାଇଁ ଠିଆ ହୋଇଥିଲେ। ମହାନଦୀକୁ ନେଇ ରାଜନୀତି କରିଛି ବିଜେପି। ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ବିରୋଧ କରିଥିଲା ବୋଲି କହିଛନ୍ତି ପାଣ୍ଡିଆନ।
ସେହିପରି କେନ୍ଦୁପତ୍ର ତୋଳାଳୀଙ୍କ ଠାରୁ ଆଜିଯାଏଁ ଜିଏସଟି ନେଉଛନ୍ତି କେନ୍ଦ୍ର ସରକାର। କ୍ଷମତାକୁ ଆସିଲେ ଜିଏସଟି ଛାଡ କରିବାକୁ କହିଥିଲେ, ହେଲେ କରିଲେ ନାହିଁ।




