ଖରା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ,ଜାରିହେଲା ଟୋଲ ଫି ନମ୍ବର
ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ଅସହ୍ୟ ତାତି I ଦିନ ୧୦ ଟା ସୁଦ୍ଧା ପଦାକୁ ବାହାରିବା ହେଲାଣି ମୁସ୍କିଲ I ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ତତଲା ତାୱା ରେ ଭାଜି ହେଉଛି ସାରା ରାଜ୍ୟ I ଏହୂ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବଭିନ୍ନ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ […]
ଭୁବନେଶ୍ୱର : ରାଜ୍ୟରେ ବଢି ଚାଲିଛି ଅସହ୍ୟ ତାତି I ଦିନ ୧୦ ଟା ସୁଦ୍ଧା ପଦାକୁ ବାହାରିବା ହେଲାଣି ମୁସ୍କିଲ I ଗତ କିଛି ଦିନରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସ୍ଥାନରେ ଅନୁଭବ ହେଉଛି ଅସହ୍ୟ ତାତି। ତତଲା ତାୱା ରେ ଭାଜି ହେଉଛି ସାରା ରାଜ୍ୟ I ଏହୂ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ବଭିନ୍ନ ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି ।
ଏ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି କି ,‘ଖରା ପାଇଁ ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛି। ବିଭାଗ ଏଥିପାଇଁ ତତ୍ପର ଅଛି। ପାନୀୟ ଜଳ ସମସ୍ୟାକୁ ସମାଧାନ କରିବା ପାଇଁ ଯଥାସାଧ୍ୟ ପଦକ୍ଷେପ ନିଆଯାଉଛି । ଆବଶ୍ୟକ ସ୍ଥଳେ ନଳକୂପ ବସାଇବାକୁ ବ୍ୟବସ୍ଥା କରାଯାଉଛି। କାର୍ଯ୍ୟକାରୀ ଯନ୍ତ୍ରୀଙ୍କ ସୁପାରିସ କ୍ରମେ ଜିଲ୍ଲାପାଳ ନୂତନ ନଳକୂପ ମଞ୍ଜୁର କରିପାରିବେ। ଜଳଛତ୍ର ପାଇଁ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା ରହିଛି। ନଳକୂପ ଓ ପାନୀୟ ଜଳ ଉତ୍ସ ମରାମତି ପାଇଁ ସୁପରିଟେଣ୍ଡେଣ୍ଟ୍ ଇଞ୍ଜିନିୟର୍ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ୫୦ ହଜାରରୁ ଅଧିକ ହେଲେ ଜିଲ୍ଲାପାଳଙ୍କ ଅନୁମତି ନେଇ ଖର୍ଚ୍ଚ କରିପାରିବେ। ଜିଲ୍ଲା ସ୍ତରରେ ଅସୁବିଧା ନେଇ ଖବର ଆସିବା ପରେ ବ୍ୟବସ୍ଥା କରାଯାଇଛି। କୌଣସି ଅଭିଯୋଗ ଥିଲେ ଟୋଲ ଫି ନମ୍ବରରେ ଲୋକେ ସମସ୍ୟା ଜଣାଇ ପାରିବେ। ଉପାନ୍ତ ଅଞ୍ଚଳରେ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି।’
ସୂଚନାନୁସାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୨ ତାରିଖରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ସମସ୍ତ ସ୍କୁଲ ସହିତ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ବନ୍ଦ ରଖିବାକୁ ସରକାର ନିର୍ଦେଶ ଦେଇଛନ୍ତି I ଆଜି ଦିନ ୨ଟା ସୁଦ୍ଧା ଝାରସୁଗୁଡା ସର୍ବାଧିକ ୪୧.୪ ଡିଗ୍ରୀ ସହିତ ଉତପ୍ତ ସହର ଥିବାବେଳେ, ସମ୍ବଲପୁର: ୪୧.୮ ଡ଼ିଗ୍ରୀ, ହୀରାକୁଦ: ୪୦.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଦିନ ଦୁଇଟା ସୁଦ୍ଧା ଚାନ୍ଦବାଲି: ୩୯.୬ ଡ଼ିଗ୍ରୀ, ଭୁବନେଶ୍ୱର: ୩୯.୪ ଡ଼ିଗ୍ରୀ, କେନ୍ଦୁଝର: ୩୮ ଡ଼ିଗ୍ରୀ, ବାଲେଶ୍ୱର: ୩୭.୨ ଡ଼ିଗ୍ରୀ, ପୁରୀ: ୩୫.୨ ଡ଼ିଗ୍ରୀ, ଗୋପାଳପୁର: ୩୫.୨ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।




