ପଞ୍ଚାୟତିରାଜ ପୁରସ୍କାର ଘୋଷଣା
ଭୁବନେଶ୍ବର: ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ହେଲା ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ ପୁରସ୍କାର । ବ୍ଲକ ପଞ୍ଚାୟତରେ ଉନ୍ନତିମୂଳକ କାମକୁ ଆଧାର କରି ଦିଆଯିବ ୪ କୋଟି ଟଙ୍କାର ପୁରସ୍କାର। ଏହି ପୁରସ୍କାର ଅର୍ଥ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦକୁ ଦିଆଯିବ । ମନରେଗା, ସ୍ୱଚ୍ଛତା, ଜଳ ଜୀବନ […]
ଭୁବନେଶ୍ବର: ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । ୪ କୋଟିର ପୁରସ୍କାର ରାଶି ହେଲା ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ ପୁରସ୍କାର । ବ୍ଲକ ପଞ୍ଚାୟତରେ ଉନ୍ନତିମୂଳକ କାମକୁ ଆଧାର କରି ଦିଆଯିବ ୪ କୋଟି ଟଙ୍କାର ପୁରସ୍କାର। ଏହି ପୁରସ୍କାର ଅର୍ଥ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦକୁ ଦିଆଯିବ । ମନରେଗା, ସ୍ୱଚ୍ଛତା, ଜଳ ଜୀବନ ମିଶନ, ସୁଶାସନ, ଦକ୍ଷତା ବିକାଶ, ଆୟ ସ୍ରୋତ ବୃଦ୍ଧି, ମହିଳାଙ୍କ ଭାଗୀଦାରୀ, ଅନଲାଇନ୍ ଅଡ଼ିଟ୍, ଜିପିଡିପି ଏବଂ ସିଏଫସି ଓ ଏସ୍ଏଫସିର ବ୍ୟବହାର ଭଳି ୯ଟି ଦିଗକୁ ନେଇ ତର୍ଜମା କରାଯିବା ପରେ ଉତ୍ତମ ପ୍ରଦର୍ଶନ କରିଥିବା ପଞ୍ଚାୟତକୁ ପୁରସ୍କାର ଦିଆଯିବ । ସମସ୍ତ ପଞ୍ଚାୟତ ସ୍ୱଚ୍ଛତା, ରାସ୍ତା ନିର୍ମାଣ, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟ, ଡିଜିଟାଲ୍ ବ୍ୟବସ୍ଥାର ସୁଦୃଢ଼ୀକରଣ, ଗ୍ରାମରେ ସର୍ବାଙ୍ଗୀନ ଉନ୍ନତି ପାଇଁ ସଚେତନତା ମୂଳକ କାର୍ଯ୍ୟକ୍ରମ, କ୍ରୀଡ଼ା ଓ ଅଙ୍ଗନବାଡ଼ି କେନ୍ଦ୍ରର ଉନ୍ନତିକରଣ ଭଳି ବିକାଶ ମୂଳକ କାର୍ଯ୍ୟ କରିବେ ।
ସୂଚନା ଅନୁସାରେ , ରାଜ୍ୟ ସରକାର ପଞ୍ଚାୟତ ବ୍ୟବସ୍ଥାରେ ସୁଶାସନ ଏବଂ ସ୍ୱଚ୍ଛତା କରିବାକୁ ରାଜ୍ୟ ପଞ୍ଚାୟତ ପୁରସ୍କାର ଘୋଷଣା କରିଛନ୍ତି । ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କୁ ଉତ୍ସାହିତ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ଚୟନ ପ୍ରକ୍ରିୟା ମଧ୍ୟ ସ୍ୱଚ୍ଛ ଏବଂ ତଥ୍ୟଭିତ୍ତିକ ରହିବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ।
ତିନୋଟି ସ୍ତରରେ ୧ ଲକ୍ଷରୁ ନେଇ ୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରହିଛି । ବ୍ଲକ୍, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ପୁରସ୍କାର ପ୍ରଦାନ କରାଯିବ । ରାଜ୍ୟ ସ୍ତରରେ ଶ୍ରେଷ୍ଠ ଗ୍ରାମପଞ୍ଚାୟତ ଏବଂ ପଞ୍ଚାୟତ ସମିତିକୁ ପୁରସ୍କାର ମିଳିବ । ଜିଲ୍ଲା ସ୍ତରରେ ୩ଟି ଗ୍ରାମ ପଞ୍ଚାୟତକୁ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କାର ପ୍ରଦାନ କରାଯିବ । ଜିଲ୍ଲା ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିଥିବା ପଞ୍ଚାୟତକୁ ୨୫ ଲକ୍ଷ, ଦ୍ୱିତୀୟ ସ୍ଥାନ ପାଇଁ ୨୦ ଏବଂ ତୃତୀୟ ସ୍ଥାନ ପାଇଁ ୧୫ ଲକ୍ଷ ପୁରସ୍କାର ରାଶି ଦିଆଯିବ ।
ସେହିପରି ବ୍ଲକ ସ୍ତରରେ ୧ମ, ୨ୟ ଏବଂ ୩ୟ ସ୍ଥାନ ପାଇଁ ଯଥାକ୍ରମେ ୧୫ ଲକ୍ଷ, ୧୦ ଲକ୍ଷ ଏବଂ ୫ ଲକ୍ଷ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯିବ । ଜିଲ୍ଲା ସ୍ତରରେ ଆଉ ଏକ ପୁରସ୍କାର ରହିବ, ଯେଉଁଥିରେ ୩ଟି ଗ୍ରାମ ପଞ୍ଚାୟତକୁ ୩ ଲକ୍ଷ, ୨ ଲକ୍ଷ ଏବଂ ୧ ଲକ୍ଷ ଟଙ୍କା ମଧ୍ୟ ଦିଆଯିବ । ପ୍ରତି ବ୍ଲକରେ ସମସ୍ତଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯିବ ।
ସେହିପରି ଜିଲ୍ଲା ସ୍ତରରେ ଡିଷ୍ଟ୍ରିକ୍ଟ ପଞ୍ଚାୟତ ରିସୋର୍ସ ସେଣ୍ଟର ହିସାବରେ ଶ୍ରେଷ୍ଠ ୧ମ, ୨ୟ ଏବଂ ୩ୟ ସ୍ଥାନ ପାଇଁ ଯଥାକ୍ରମେ ୯ ଲକ୍ଷ, ୬ ଲକ୍ଷ ଏବଂ ୫ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ । ରାଜ୍ୟ ସ୍ତରରେ ଏଥିପାଇଁ ମୋଟ ୪ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି ବୋଲି ମନ୍ତ୍ରୀ ରବି ନାଏକ କହିଛନ୍ତି ।




