ଶ୍ରୀମନ୍ଦିର ପରିସରରେ ପାନ-ଗୁଟଖା ସମ୍ପୂର୍ଣ୍ଣ ନିଷେଧ, ଜାନୁଆରୀ ପହିଲାରୁ ନିୟମ ଲାଗୁ

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ପରିସରରେ ପାନଗୁଟଖା ନିଷେଧ। ଜାନୁଆରୀ ପହିଲାରୁ କଡାକଡି ହେବ ନିୟମ । ମନ୍ଦିର ପରିସରରୁ ପାନଗୁଟଖା ବ୍ୟାନ କରିଛନ୍ତି ମନ୍ଦିର ପ୍ରଶାସନ I ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ଯାନ୍ କରାଯିବ। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିବା ସୂଚନା ମିଳିଛି । ବରାହ ପୁରାଣର ଉଦାହରଣ ଦେଇ ତାମୁଳ […]

Samaya Live Picture
Published On

ପୁରୀ : ଆଜିଠାରୁ ଶ୍ରୀମନ୍ଦିରରେ ପରିସରରେ ପାନଗୁଟଖା ନିଷେଧ। ଜାନୁଆରୀ ପହିଲାରୁ କଡାକଡି ହେବ ନିୟମ । ମନ୍ଦିର ପରିସରରୁ ପାନଗୁଟଖା ବ୍ୟାନ କରିଛନ୍ତି ମନ୍ଦିର ପ୍ରଶାସନ I ଜାନୁଆରୀ ୧ରୁ ଡ୍ରେସକୋର୍ଡ ଭଳି ପାନଗୁଟଖାକୁ ସମ୍ପୂର୍ଣ୍ଣ ବ୍ଯାନ୍ କରାଯିବ। ଶ୍ରୀମନ୍ଦିର ଭିତରେ କେହି ପାନଗୁଟଖା ଖାଇବେ ନାହିଁ କି ଛେପ ପକାଇ ପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପଲିଥିନ ବ୍ୟବହାର ଉପରେ କଟକଣା ଲାଗିଥିବା ସୂଚନା ମିଳିଛି । ବରାହ ପୁରାଣର ଉଦାହରଣ ଦେଇ ତାମୁଳ ସେବନ ଉପରେ କଟକଣା ଲାଗୁ ହେବ କହିଲେ ମୁଖ୍ୟ ପ୍ରଶାସକ ରଞ୍ଜନ୍ ଦାସ ।

ମନ୍ଦିର ଭିତରେ ସେବାୟତ, ପୋଲିସ, ଭକ୍ତ ଆଦି କେହି ପାନଗୁଟଖା ଖାଇପାରିବେ ନାହିଁ। ଶ୍ରୀମନ୍ଦିର କାର୍ଯ୍ୟIଳୟରେ ମଧ୍ୟ ପାନଗୁଟଖା ବ୍ୟାନକଲା ପ୍ରଶାସନ। ଶ୍ରୀମନ୍ଦିରରେ ପାନଗୁଟଖା ଉପରେ ପୂର୍ବରୁ ପାଞ୍ଚଶହ ଟଙ୍କା ଜରିମାନା କରାଯାଇଥିଲେ ମଧ୍ୟ ବ୍ୟବସ୍ଥା ଗତ ତ୍ରୁଟି ଯୋଗୁଁ ସଠିକ ଭାବେ କାର୍ଯ୍ୟକାରୀ ହୋଇପାରିନଥିଲା। ତେବେ ଏହା କୌଣସି କଟକଣା ନୁହେଁ ମହାପ୍ରଭୁଙ୍କ ଆଦେଶ ବୋଲି ମାନିବା ଦରକାର। ବରାହ ପୁରାଣ ଓ ନିଳାଦ୍ରୀ ମହୋଦୟରେ ଏହା ଉପରେ ଉଲ୍ଲେଖ ରହିଛି। ତାମ୍ବୁଳ ସେବନ କଲେ ଏହା ସେବା ଅପରାଧ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ଶ୍ରୀମନ୍ଦିର ପ୍ରଶାସନ ଏହି କଟକଣାକୁ ଲାଗୁ କରିଥିବା ସୂଚନା ଦେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।

Tags: