ଭୁବନେଶ୍ୱରରେ ଅଛନ୍ତି ପାକିସ୍ତାନୀ ମହିଳା

ଭୁବନେଶ୍ୱର : ଭିସା ସରିବା ପରେ ବି ଭୁବନେଶ୍ୱରରେ ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦୀ ଭିସାରେ ସେ ୨୦୦୮ ରୁ ଏଠାରେ ରହିଆସୁଛନ୍ତି । ମାତ୍ର ୨୦୨୪ ରୁ ତାଙ୍କର ଭିସା ଅବଧି ସମାପ୍ତ ହୋଇ ସାରିଛି । ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଲାଗି ଗତ ଫେବୃଆରୀ ମାସ ୨୬ ତାରିଖରେ ଏକଜିଟ ଭିସା ପାଇଁ କମିଶନରେଟ ପୋଲିସ ନିକଟରେ […]

ଭୁବନେଶ୍ୱରରେ ଅଛନ୍ତି ପାକିସ୍ତାନୀ ମହିଳା
Samaya Live Picture
Published On

ଭୁବନେଶ୍ୱର : ଭିସା ସରିବା ପରେ ବି ଭୁବନେଶ୍ୱରରେ ଅଛନ୍ତି ଜଣେ ପାକିସ୍ତାନୀ ମହିଳା । ଜଣେ ଓଡ଼ିଆ ଯୁବକଙ୍କୁ ବିବାହ କରି ଦୀର୍ଘ ମିଆଦୀ ଭିସାରେ ସେ ୨୦୦୮ ରୁ ଏଠାରେ ରହିଆସୁଛନ୍ତି । ମାତ୍ର ୨୦୨୪ ରୁ ତାଙ୍କର ଭିସା ଅବଧି ସମାପ୍ତ ହୋଇ ସାରିଛି । ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ଲାଗି ଗତ ଫେବୃଆରୀ ମାସ ୨୬ ତାରିଖରେ ଏକଜିଟ ଭିସା ପାଇଁ କମିଶନରେଟ ପୋଲିସ ନିକଟରେ ଆବେଦନ କରିଥିଲେ । କିନ୍ତୁ ତାଙ୍କ ଆବେଦନ ପଡ଼ି ରହିଥିଲା । ଏବେ ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ବର ଛାଡି ଯିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ନୋଟିସ ହୋଇଛି । ସେହିପରି ପାକିସ୍ତାନର ଅନ୍ୟ ଜଣେ ହିନ୍ଦୁ ମହିଳା ଓଡ଼ିଶାରେ ଦୀର୍ଘ ମିଆଦି ଭିସାରେ ରହୁଥିବା ଯାଞ୍ଚରୁ ଜଣାପଡ଼ିଛି । ଓଡ଼ିଶାର ଜଣେ ହିନ୍ଦୁଙ୍କୁ ସେ ବିବାହ କରିଛନ୍ତି । ସେ ଭାରତର ନାଗରିକତ୍ବ ମଧ୍ୟ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଓଡ଼ିଶାରେ ଥିବା ପାକିସ୍ତାନୀଙ୍କୁ ତାଙ୍କ ଦେଶକୁ ପ୍ରତ୍ୟର୍ପଣ ପାଇଁ ପ୍ରକ୍ରିୟା ହୋଇଛି। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି, କୌଣସି ବିବାଦ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।

ଜାମ୍ମୁ କାଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ସବୁଠି ଥରହର । ପାକିସ୍ତାନ ବିରୋଧରେ କୂଟନୈତିକ ଯୁଦ୍ଧ ଘୋଷଣା କରିଛି ଭାରତ । ଫଳରେ ଭାରତ ଛାଡିବାକୁ ପାକିସ୍ତାନ ନାଗରିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଓଡ଼ିଶାରେ ରହୁଥିବା ୧୨ ଜଣ ପାକିସ୍ତାନୀ ନାଗରିକଙ୍କୁ ଦେଶ ଛାଡ଼ିବା ପାଇଁ ନୋଟିସ୍ ଜାରି କରାଯାଇଛି । ଏହି ୧୨ ଜଣ ଦୀର୍ଘକାଳୀନ ଭିସା (ଏଲ୍‌ଟିଭି)ରେ ଓଡ଼ିଶାରେ ରହୁଛନ୍ତି । ୧୨ ଜଣଙ୍କ ମଧ୍ୟରୁ ୨ରୁ ୩ ଜଣ ଚିକିତ୍ସା ପାଇଁ ଭୁବନେଶ୍ୱର ଥିବା ଜଣାପଡ଼ିଛି । ଏହି ବ୍ୟକ୍ତିମାନେ ରାଜ୍ୟରେ ଦୀର୍ଘ ସମୟ ଧରି ରହୁଛନ୍ତି । ସେମାନଙ୍କୁ ଆନୁଷ୍ଠାନିକ ଭାବେ ଦେଶ ଛାଡ଼ିବାକୁ ନୋଟିସ୍ ଦିଆଯାଇଥିବା ସୂଚନା ରହିଛି ।

Tags: