ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର

କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର I ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅସୁସ୍ଥ ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେ କେନ୍ଦୁଝର ସହର ବୈଦ୍ୟରାଜ ସାହିରେ ରହୁଥିଲେ I

Samaya Live Picture
Published On

କେନ୍ଦୁଝର: ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର I ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ଗୁରୁତର ଅସୁସ୍ଥ ହୋଇ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସେ କେନ୍ଦୁଝର ସହର ବୈଦ୍ୟରାଜ ସାହିରେ ରହୁଥିଲେ I
ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର width=

କିଛିଦିନ ହେଲା ସେ ବାର୍ଦ୍ଧକ୍ୟ ଯନ୍ତ୍ରଣା ପାଇଁ ପ୍ରତ୍ୟେକ ଦିନ ମେଡିସିନ ବ୍ୟବହାର କରୁଥିଲେ। ସୋମବାର ରାତିରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ତେଣୁ ଘର ଲୋକେ ଡାକ୍ତରଙ୍କ ପରାମର୍ଶକ୍ରମେ ଓଦା କପଡାରେ ତାଙ୍କ ଶରୀରକୁ ପୋଛିଥିଲେ ମଧ୍ୟ ସକାଳୁ ମଧ୍ୟ ଅତ୍ୟଧିକ ଦୁର୍ବଳ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଏହାପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି I

ସୂଚନାନୁସାରେ,କାଠି କଣ୍ଢେଇ ତିଆରି ପାଇଁ ମାଗୁଣି ଚରଣ ବେଶ ପ୍ରସିଦ୍ଧି ହାସଲ କରିଛନ୍ତି I ନିଜର ଅକ୍ଲାନ୍ତ ପରିଶ୍ରମ ଦ୍ୱାରା କାଠି କଣ୍ଢେଇରେ ସେ ପୌରାଣିକ ଚରିତ୍ରକୁ ଚିତ୍ରଣ କରି ଲୋକ କଳାକୁ ବିଶ୍ୱ ଦରବାରରେ ପରିଚିତ କରାଇ ଥିବାରୁ ଭାରତ ସରକାର ଗତବର୍ଷ ତାଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ କରିଥିଲେ I ଏହା ପୂର୍ବରୁ ସେ କେନ୍ଦ୍ର ସଙ୍ଗୀତ ଏକାଡେମୀ ପୁରସ୍କାର ସହ କବି ଉପେନ୍ଦ୍ର ଭଞ୍ଜ ସମ୍ମାନରେ ସମ୍ମାନିତ ହୋଇଛନ୍ତି I

Tags: