ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ,ଏସ୍ସିବିରେ ଭର୍ତି
କଟକ : ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । କିଡ୍ନୀ ଜନିତ ସମସ୍ୟା ସହ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ I ଗୁରୁବାର ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସ୍ସିବିର ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। ଏସ୍ସିବି ମେଡିସିନ୍ ବିଭାଗର ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ୪ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ମେଡିସିନ୍ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ […]
କଟକ : ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ । କିଡ୍ନୀ ଜନିତ ସମସ୍ୟା ସହ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ I ଗୁରୁବାର ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ତାଙ୍କୁ କଟକ ଅଣାଯାଇ ଏସ୍ସିବିର ମେଡିସିନ୍ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଚାଲିଛି। ଏସ୍ସିବି ମେଡିସିନ୍ ବିଭାଗର ପ୍ରଫେସର ଡା. ଜୟନ୍ତ ପଣ୍ଡାଙ୍କ ନେତୃତ୍ୱରେ ଏକ ୪ଜଣିଆ ଡାକ୍ତରୀ ଟିମ୍ ତାଙ୍କର ଚିକିତ୍ସା କରୁଛନ୍ତି। ମେଡିସିନ୍ ବିଭାଗ, ନେଫ୍ରୋଲୋଜି ବିଭାଗ ଓ ପଲ୍ୟୁମନାରୀ ମେଡିସିନ୍ ବିଭାଗର ୪ଜଣ ଡାକ୍ତରଙ୍କୁ ନେଇ ଏହି ଡାକ୍ତରୀ ଟିମ୍ ଗଠନ କରାଯାଇଛି। ପୂର୍ବରୁ ବହୁବାର ମଧ୍ୟ କମଳା ପୂଜାରୀ ଏସ୍ସିବି ମେଡିକାଲ ଆସି ଚିକିତ୍ସିତ ହୋଇଯାଇଥିଲେ।
ସୂଚନାନୁସାରେ,ଗତ ମାର୍ଚ୍ଚ ମାସରେ ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ ହୋଇ ଜୟପୁର ମେଡିକାଲରେ ଚିକିତ୍ସିତ ହେଉଥିଲେ I ଏହାପରେ ସେଠାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲେ I ତାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ ଗଠନ ହୋଇଥିଲା I ଏହାପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ I ଏବେ ପୁଣି ଥରେ ସେ ଅସୁସ୍ଥ ହୋଇପଡିଛନ୍ତି I




