ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ
ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ବୟସାଧିକ୍ୟ ଯୋଗୁଁ ଅସୁସ୍ଥ ହୋଇ ସେ ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । “ହାଏ କୃଷ୍ଣ ହାଏ କୃଷ୍ଣ ” ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ […]
ସମ୍ବଲପୁର : ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା । ବୟସାଧିକ୍ୟ ଯୋଗୁଁ ଅସୁସ୍ଥ ହୋଇ ସେ ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । କଳା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୨୪ ମସିହାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ । “ହାଏ କୃଷ୍ଣ ହାଏ କୃଷ୍ଣ ” ସମ୍ବଲପୁରୀ ଭଜନ ରଚନା କରି ସେ ଖୁବ୍ ଖ୍ୟାତିଅର୍ଜନ କରିଥିଲେ । ଏହି ଭଜନ ତାଙ୍କୁ ବେଶ୍ ପ୍ରସିଦ୍ଧି ଦେଇଥିଲା ।
ବିନୋଦ ପଶାୟତଙ୍କ ଜନ୍ମ ୧୯୩୫ ମସିହା ବଲାଙ୍ଗୀର ସହରର ଟିକରାପଡ଼ାଠାରେ ହୋଇଥିଲା । ୧୯୫୩ ମସିହାରେ ସେ ସମ୍ବଲପୁର ଆସି ଏହିଠାରେ ରହି ଯାଇଥିଲେ । ପଶାୟତ ଅଲ ଇଣ୍ଡିଆ ରେଡ଼ିଓ ଓ ଦୂରଦର୍ଶନର ଜଣେ ସ୍ବୀକୃତିପ୍ରାପ୍ତ କଳାକାର ଥିଲେ । ଏଠାରୁ ସେ ପରିଚୟ ଓ଼ ପ୍ରସିଦ୍ଧି ପାଇଥିବା କହିଛନ୍ତି ।
ବିନୋଦ ପଶାୟତ ଏ ନନୀ ସୁଲୋଚନା, ଲବଂଗଲତା ମୋର ଗଜମୁକୁତା, ଗଲାରାତି ଝୁମରା ସୁରେ, ଲିଟି ଉଡେ ଫୁରୁପୁରୁ, ରଥର ଚକା ଚାଲେ ଘିଡ଼ି ଘିଡ଼ି, ସରବ ସହେନି ମା ଗୋ ତୁଇ, ବୋଇଲେ ରାଧିକା ସୁନଗୋ ଦୁତି ଭଳି ଶତାଧିକ ଲୋକକ୍ରିୟ ଗୀତ ଆଜି ଭେଟି ଦେଇଛନ୍ତି । ‘ତାହାର ବା’ , ମୁଁ ନାଇଁ ମରେ, ଚୁଟକୁଛୁଟା ଭଳି ବ୍ୟଂଗ ନାଟକ ଆଜି ସମସ୍ତଙ୍କ ମନରେ ରହିଛି । ଏହାଛଡ଼ା ସଂଗୀତ ନାଟକ ଏକାଡେମି ସମ୍ମାନ ସହିତ ବହୁ ଅନୁଷ୍ଠାନ ପକ୍ଷରୁ ସେ ସମ୍ମାନିତ ହୋଇଛନ୍ତି । ତେବେ, ପରିଣତ ବୟସରେ ବି ସେ ତାଙ୍କର କୌଳିକ ବୃତ୍ତିକୁ ଛାଡ଼ି ନଥିଲେ ।




