ପଦ୍ମଭୂଷଣ କବି ରମାକାନ୍ତ ରଥଙ୍କ ଆଜି ହେବ ଅନ୍ତିମ ସଂସ୍କାର

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ଘଟିଛି ଏକ ଯୁଗାବସାନ ।‌ ଯୁଗ ପୁରୁଷ, ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଭୂଷଣ ଡକ୍ଟର ରମାକାନ୍ତ ରଥଙ୍କ ଗତକାଲି ପରଲୋକ ଘଟିଛି ।‌ ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।‌ ପୁରୀ ସ୍ଵର୍ଗଦ୍ଵାରରେ ଆଜି ହେବ ଅନ୍ତିମ ସଂସ୍କାର। ବିଦେଶରେ ଥିବା ତାଙ୍କର ଏକମାତ୍ର ପୁତ୍ର ଆସିବା ପରେ ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ବ୍ୟାପକ […]

Samaya Live Picture
Published On

ଭୁବନେଶ୍ୱର : ଓଡ଼ିଆ ସାହିତ୍ୟ ଜଗତର ଘଟିଛି ଏକ ଯୁଗାବସାନ ।‌ ଯୁଗ ପୁରୁଷ, ବିଶିଷ୍ଟ ସାହିତ୍ୟିକ ତଥା କବି ପଦ୍ମଭୂଷଣ ଡକ୍ଟର ରମାକାନ୍ତ ରଥଙ୍କ ଗତକାଲି ପରଲୋକ ଘଟିଛି ।‌ ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା ।‌ ପୁରୀ ସ୍ଵର୍ଗଦ୍ଵାରରେ ଆଜି ହେବ ଅନ୍ତିମ ସଂସ୍କାର। ବିଦେଶରେ ଥିବା ତାଙ୍କର ଏକମାତ୍ର ପୁତ୍ର ଆସିବା ପରେ ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହେବ । ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ରମାକାନ୍ତଙ୍କ ଦେହାନ୍ତରେ ବିଶିଷ୍ଟ ବ୍ୟକ୍ତିବିଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ରମାକାନ୍ତଙ୍କ ଭୁବନେଶ୍ଵର ଖାରବେଳ ନଗର ସ୍ଥିତ ବାସଭବନରେ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଓଡ଼ିଆ ସାହିତ୍ୟର କାଳଜୟୀ ସ୍ରଷ୍ଟା ଥିଲେ ରମାକାନ୍ତ ରଥ । ତାଙ୍କ କବିତା ଓଡ଼ିଆ ସାହିତ୍ୟକୁ ନୂଆ ମୋଡ଼ ଦେଇଛି ।‌ ତାଙ୍କ କବିତାରେ ଭରି ରହିଥାଏ ଅନେକ ଭାବ। ଶ୍ରୀରାଧା ତାଙ୍କର ଶ୍ରେଷ୍ଠ କବିତା ।

ଆଜି ସକାଳୁ ଏହି ଦିବଙ୍ଗତ ବିଶିଷ୍ଟ କବିଙ୍କ ଶେଷ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭୁବନେଶ୍ୱରସ୍ଥିତ ଖାରବେଳନଗର ବାସଭବନରେ ପହଞ୍ଚି ତାଙ୍କର ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତିଙ୍କଠାରୁ ଆରମ୍ଭ କରି ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି । ରାଜନୀତି ଓ ସାରସ୍ୱତ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭୁବନେଶ୍ୱର ବାସଭବନରେ ପହଞ୍ଚି ରମାକାନ୍ତ ରଥଙ୍କ ଅନ୍ତିମ ଦର୍ଶନ କରିଛନ୍ତି ।

 

Tags: