ଦରମା ବୃଦ୍ଧି ଦାବିରେ ସ୍ୱଚ୍ଛ ସାଥୀଙ୍କ ବିକ୍ଷୋଭ ପ୍ରଦର୍ଶନ
ଭୁବନେଶ୍ୱର : ଆନ୍ଦୋଳନକୁ ଓହ୍ଲାଇଲେ ସ୍ୱଚ୍ଛ ସାଥି I ଦରମା ବୃଦ୍ଧି ଦାବିରେ ରାଜଧାନୀ ରାଜରାସ୍ତାରେ ଆଣ୍ଠେଇ ସରକାରଙ୍କୁ ହାତ ଯୋଡି ନିବେଦନ କରିଛନ୍ତି ସ୍ୱଚ୍ଛ ସାଥି ସଂଘର ମହିଳା । ମାସିକ ୧୦ ହଜାର ଟଙ୍କା ପ୍ରଦାନ ଦାବି କରିଛନ୍ତି । ଏହା ସହିତ ବ୍ଲକ କ୍ୟାଡର ମାନ୍ୟତା ପ୍ରଦାନ ସହ ବେଆଇନ ଏନଏମଏମଏସ୍ ରଦ୍ଦ କରିବାକୁ ଦାବି କରିଛି ସଂଘ । ସ୍ୱଚ୍ଛ ସାଥୀଙ୍କୁ ୭ ହଜାର ଟଙ୍କା ଦରମା ମିଳୁଥିବା ବେଳେ ୧ […]
ଭୁବନେଶ୍ୱର : ଆନ୍ଦୋଳନକୁ ଓହ୍ଲାଇଲେ ସ୍ୱଚ୍ଛ ସାଥି I ଦରମା ବୃଦ୍ଧି ଦାବିରେ ରାଜଧାନୀ ରାଜରାସ୍ତାରେ ଆଣ୍ଠେଇ ସରକାରଙ୍କୁ ହାତ ଯୋଡି ନିବେଦନ କରିଛନ୍ତି ସ୍ୱଚ୍ଛ ସାଥି ସଂଘର ମହିଳା । ମାସିକ ୧୦ ହଜାର ଟଙ୍କା ପ୍ରଦାନ ଦାବି କରିଛନ୍ତି । ଏହା ସହିତ ବ୍ଲକ କ୍ୟାଡର ମାନ୍ୟତା ପ୍ରଦାନ ସହ ବେଆଇନ ଏନଏମଏମଏସ୍ ରଦ୍ଦ କରିବାକୁ ଦାବି କରିଛି ସଂଘ । ସ୍ୱଚ୍ଛ ସାଥୀଙ୍କୁ ୭ ହଜାର ଟଙ୍କା ଦରମା ମିଳୁଥିବା ବେଳେ ୧ ହଜାର ଟଙ୍କା ବୃଦ୍ଧି ପାଇଁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଏତେ କମ୍ ଟଙ୍କାରେ ପରିବାର ଚଳାଇବା କଷ୍ଟକର ହୋଇଥିବାରୁ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ଦାବି କରିଛି ସଂଘ ।
ସୂଚନାନୁସାରେ,ଗତ ଦୁଇ ଦିନ ଧରି ସଫେଇ କର୍ମଚାରୀ ରାଜମହଲ ଛକ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୭ ହଜାର ଟଙ୍କାରୁ ୧୫ ହଜାର ଟଙ୍କାକୁ ଦରମା ବୃଦ୍ଧି ସହିତ ଓଦା ଓ ଶୁଖିଲା ଓଳିଆକୁ ପୃଥକ ନ କରିବା ନେଇ ପାଖାପାଖି ୫୫ ଟି ୱାର୍ଡର ସଫେଇ କର୍ମଚାରୀ ଝାଡୁ ଛାଡ଼ ଆନ୍ଦୋଳନ କରିଥିଲେ I ତେବେ ଦ୍ୱିତୀୟ ଦିନରେ ଆଲୋଚନା ପରେ ୩ ଦିନ ମଧ୍ୟରେ ସେମାନଙ୍କର ସମସ୍ୟାର ସମାଧାନ ହେବ ବୋଲି ବିଏମସି ପକ୍ଷରୁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ଓହରିଥିବା ସୂଚନା ମିଳିଛି I




