ପଦ୍ମ-୨୦୨୦
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାଷ୍ଟ୍ରପତି ଭବନରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଗତକାଲି ୭୩ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିକ କରାଯାଇଥିଲା ବେଳେ ଆଜି ୪୬ ଜଣ ମହାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ବର୍ଷ ୨୦୨୦ ପାଇଁ ମୋଟ୍ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ୭ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ […]
ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ରାଷ୍ଟ୍ରପତି ଭବନରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍ତି । ଗତକାଲି ୭୩ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିକ କରାଯାଇଥିଲା ବେଳେ ଆଜି ୪୬ ଜଣ ମହାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି । ବର୍ଷ ୨୦୨୦ ପାଇଁ ମୋଟ୍ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । ସେମାନଙ୍କ ମଧ୍ୟରେ ୭ଜଣଙ୍କୁ ପଦ୍ମବିଭୂଷଣ, ୧୦ ଜଣଙ୍କୁ ପଦ୍ମଭୂଷଣ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ । ଏହି ପୁରସ୍କାର ପ୍ରାପ୍ତମାନଙ୍କ ମଧ୍ୟରୁ ୨୯ ଜଣ ମହିଳା ଥିଲା ବେଳେ ଜଣେ କିନ୍ନର ରହିଛନ୍ତି । ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ, ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ , କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ, ସଙ୍ଗୀତଜ୍ଞ ଏସ୍.ପି ବାଲାସୁବ୍ରମଣ୍ୟମ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସମେତ ୧୬ ଜଣଙ୍କୁ ମରଣୋତ୍ତର ବ୍ୟକ୍ତିତ୍ୱଙ୍କ ପରିଜନ ସେମାନଙ୍କ ସମ୍ମାନ ଗ୍ରହଣ କରିବେ । ପ୍ରତ୍ୟେକ ବର୍ଷ ସାଧାରଣ ତନ୍ତ୍ର ଦିବସରେ କଳା, ସଂସ୍କୃତି, ସେବା, ଶିକ୍ଷା, କ୍ରୀଡ଼ା, ଚଳଚ୍ଚିତ୍ର ମେଡିସିନ୍ ଭଳି ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ବ୍ୟକ୍ତିଙ୍କୁ ପଦ୍ମରେ ସମ୍ମାନିତ କରାଯାଏ । ଏହି କରୋନା ମହାମାରୀ ପାଇଁ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଏକ ବର୍ଷ ବିଳମ୍ବିତ ହୋଇଯାଇଥିଲା ।
୯ ଓଡ଼ିଆଙ୍କୁ ପଦ୍ମ -୨୦୨୦
ବିଭିନ୍ନ କ୍ଷେତ୍ରରେ ନିଜର କୃତତ୍ୱ ପାଇଁ ୯ ଓଡିଆଙ୍କୁ ମର୍ଯ୍ୟାଦାଜନକ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଶିକ୍ଷା ଓ ସାହିତ୍ୟ କ୍ଷେତ୍ରରେ ବିଶିଷ୍ଠ ସାହିତ୍ୟିକି ମନୋଜ ଦାସଙ୍କୁ ମରଣୋତ୍ତର ପଦ୍ମଭୂଷଣ ସମ୍ମାନୀରେ ସମ୍ମାନିତ କରାଯାଇଛି । ତାଙ୍କ ଝିଆରୀ ଡା. ସଂଘମିତ୍ରା ଦାସ ଏହାକୁ ଗ୍ରହଣ କରିଛନ୍ତି ।

ଜୈବିକ କୃଷି ପାଇଁ ସ୍ୱର୍ଗତ ପ୍ରଫେସର ରାଧାମୋହନ ଓ ସାବରମତୀଙ୍କୁ ଯୁଗ୍ମ ଭାବେ ପଦ୍ମଶ୍ରୀରେ ସମ୍ମାନିତ କରାଯାଇଛି ।

ଦିବଙ୍ଗତ ପ୍ରଫେସର ରାଧାମୋହନଙ୍କ ପତ୍ନୀ 
ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ସ୍ୱର୍ଗତ ମନମୋହନ ମହାପାତ୍ରଙ୍କ ପଦ୍ମଶ୍ରୀ ସମ୍ମାନକୁ ତାଙ୍କ ସୁପୁତ୍ର ଆଶୁତୋଷ ଗ୍ରହଣ କରିଛନ୍ତି ।

ରଙ୍ଗବତୀ ଗୀତର ରଚୟତା ତଥା ଗୀତିକାର ମିତ୍ରଭାନୁ ଗୌନ୍ତିଆ,

ଚୌଦ୍ୱାର ବିଖ୍ୟାତ ଘୋଡ଼ାନାଚ ଶିଳ୍ପି ଡା.ଉଦ୍ଧବ ଚରଣ ଦାସ,

ଲେଖିକା ଦମୟନ୍ତୀ ବେଶ୍ରାଙ୍କୁ ପଦ୍ମଶ୍ରୀ ମିଳିଥିଲା ବେଳେ

ମତ୍ସ୍ୟ ଓ ପଶୁ ସମ୍ପଦ କ୍ଷେତ୍ରର ଡା. ବଟକୃଷ୍ଣ ସାହୁ ,

ମେଡିସିନ୍ କ୍ଷେତ୍ରର ଡା. ଦିଗମ୍ବର ବେହେରା ପଦ୍ମଶ୍ରୀ ଉପାଧୀ ପାଇଛନ୍ତି ।

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ତଥା ନାଗାଲାଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ୍.ସି ଜମୀରଙ୍କୁ ପଦ୍ମଭୁଷଣରେ ସମ୍ମାନିକ କରାଯାଇଛି ।





