୧୦ ଦଫା ଦାବି ନେଇ ଲୋୟର ପିଏମଜିରେ ଗର୍ଜିଲେ ପାଚିକା ମହାସଂଘ
ଭୁବନେଶ୍ୱର : ରାଜଧାନୀ ରାଜସ୍ତାରେ ରଣ ହୁଙ୍କାର ଦେଲେ ପାଚିକା ମହାସଂଘ । ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନିଖିଲ ଓଡିଶା ମଧ୍ୟାହ୍ନଭୋଜନ ପାଚିକା ମହାସଂଘ । ମାସିକ ୧୩,୫୦୦ ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛି ସଂଘ । ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ପ୍ରଦାନ ସହ ୨୦୧୮ ରୁ ବକେୟା ଟଙ୍କା ଦେବାକୁ ଦାବି କରିଛି ସଂଘ । ଶୁକ୍ରବାର ବିଧାନସଭା ଆରମ୍ଭ ବେଳକୁ ଶତାଧିକ ମହିଳା ହାତରେ ପୋଷ୍ଟର […]
ଭୁବନେଶ୍ୱର : ରାଜଧାନୀ ରାଜସ୍ତାରେ ରଣ ହୁଙ୍କାର ଦେଲେ ପାଚିକା ମହାସଂଘ । ୧୦ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନିଖିଲ ଓଡିଶା ମଧ୍ୟାହ୍ନଭୋଜନ ପାଚିକା ମହାସଂଘ । ମାସିକ ୧୩,୫୦୦ ଟଙ୍କା ପାରିଶ୍ରମିକ ଦେବାକୁ ଦାବି କରିଛି ସଂଘ । ଦୈନିକ ୪୫୨ ଟଙ୍କା ହିସାବରେ ମାସିକ ଦରମା ପ୍ରଦାନ ସହ ୨୦୧୮ ରୁ ବକେୟା ଟଙ୍କା ଦେବାକୁ ଦାବି କରିଛି ସଂଘ ।
ଶୁକ୍ରବାର ବିଧାନସଭା ଆରମ୍ଭ ବେଳକୁ ଶତାଧିକ ମହିଳା ହାତରେ ପୋଷ୍ଟର ଧରି ଲୋୟର ପିଏମଜିରେ ଧାରଣାକୁ ଓହ୍ଲାଇଛନ୍ତି । ଦାବି ଅନୁସାରେ ପୂର୍ବରୁ ୨୦୦୦ ମସିହାରୁ ଏକ ଶହ ଟଙ୍କାରେ କାମ କରୁଥିଲେ ଏବେ ୨୦୦୦ ଟଙ୍କା ପାରିଶ୍ରମିକ ମିଳୁଛି । ୨ହଜାର ଟଙ୍କାରେ ଗୋଟେ ପରିବାର କେମିତି ଚଳିବ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପାଚିକା ସଂଘ । ଏବଂ ମାସକୁ ୧୩,୫୦୦ ଟଙ୍କା ଦେବାକୁ ଦାବି କରିଛନ୍ତି ।
କହିଛନ୍ତି, ଖରା ବର୍ଷାରେ ନିଆଁ ପାଖରେ ବସି କାମ କରୁଛୁ । ଜଣେ ଲୋକ ମୁଲ ଲାଗିବାକୁ ଗଲେ ଦିନକୁ ୪୦୦ରୁ ୫୦୦ ଟଙ୍କା ଆଣୁଛନ୍ତି କିନ୍ତୁ ଆମେ ଦିନକୁ ୪୦ରୁ ୫୦ ଟଙ୍କା ବି ପାଉନୁ । ଆମର ପାରିଶ୍ରମିକ ବଢାଅ ବୋଲି ସରକାରଙ୍କ ପାଖରେ ଦାବି କରିଛନ୍ତି ।




