ଓଲଟିଲା ଗ୍ୟାସ୍ ସିଲିଣ୍ଡର ବୋଝେଇ ଟ୍ରକ୍

କଟକ: ଆଜି  ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ I କଟକ ଶିଖରପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି I ଟ୍ରକଟି ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛି I ଏହାପରେ କ୍ରେନ ସହାୟତାରେ ଓଲଟି ପଡ଼ିଥିବା ଟ୍ରକକୁ ଉଠାଇବା ସହ ରାସ୍ତା […]

Samaya Live Picture
Published On

କଟକ: ଆଜି  ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ୍ I କଟକ ଶିଖରପୁର ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି I ଟ୍ରକଟି ଓଲଟି ପଡ଼ିବା ପରେ ରାସ୍ତା ଉପରେ ଗ୍ୟାସ ସିଲିଣ୍ଡର ବିଛାଡି ହୋଇପଡ଼ିଥିଲା । ଫଳରେ କିଛି ସମୟରେ ପାଇଁ ଯାତାୟତ ପ୍ରଭାବିତ ହୋଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସିଲିଣ୍ଡରକୁ ରାସ୍ତାରୁ ହଟାଇଛି I
ଏହାପରେ କ୍ରେନ ସହାୟତାରେ ଓଲଟି ପଡ଼ିଥିବା ଟ୍ରକକୁ ଉଠାଇବା ସହ ରାସ୍ତା ସଫା କରାଯଇଛି । ଟ୍ରକରେ ଗ୍ୟାସ ଭର୍ତ୍ତି ସିଲିଣ୍ଡର ସହ ଖାଲି ସିଲିଣ୍ଡର ମଧ୍ୟ ରହିଥିଲା । ବଡ଼କଥା ହେଉଛି, ଦୁର୍ଘଟଣା ପରେ ମଧ୍ୟ କୌଣସି ସିଲିଣ୍ଡର ଲିକ୍ ହୋଇନଥିବା ସୂଚନା ମିଳିଛି। ତେବେ ଅଗ୍ନିଶମ ବାହିନୀ ରାସ୍ତାରେ ବିଛାଡି ହୋଇପଡିଥିବା ଗ୍ୟାସ ସିଲିଣ୍ଡରଗୁଡ଼ିକୁ ଯାଞ୍ଚ କରି ରାସ୍ତାରୁ ହଟାଇଛନ୍ତି। ରାସ୍ତାରୁ ସବୁ ସିଲିଣ୍ଡର ହଟାଇବା ପରେ ଯାତାୟତ ସ୍ୱଭାବିକ ହୋଇଛି।

Tags: