ଆଜିଠାରୁ ଭୁବନେଶ୍ୱର ଏମ୍ସ ଓପିଡି ବନ୍ଦ: ୩୦୦ରୁ ଊର୍ଦ୍ଧ୍ୱ କର୍ମଚାରୀ କରୋନା ପଜିଟିଭ୍‌

ଭୁବନେଶ୍ୱର: ଜାନୁଆରୀ ୧୭: ଭୁବନେଶ୍ୱର ଏମ୍ସ(ଏଆଇଆଇଏମ୍‌ଏସ୍‌)ରେ ୩୦୦ରୁ ଅଧିକ କର୍ମଚାରୀ କରୋନାରେ ପଜିଟିଭ୍‌ ହୋଇଛନ୍ତି । ଗତ ଜାନୁଆରୀ ୧ରୁ ଆଜି ପର୍ଯ୍ୟନ୍ତ ଏମ୍ସରେ ୩ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ସଂକ୍ରମିତ ଥିବା ନେଇ ଏସ୍ସ ପକ୍ଷରୁ ସୂଚନା ମିଳିଛି । ପଜିଟିଭ୍‌ଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍‌ ଓ ଛାତ୍ରଛାତ୍ରୀମାନେ ରହିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଏମ୍ସ ଓପିଡି ବନ୍ଦ କରାଯାଇଛି । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ […]

Samaya Live Picture
Published On

ଭୁବନେଶ୍ୱର: ଜାନୁଆରୀ ୧୭: ଭୁବନେଶ୍ୱର ଏମ୍ସ(ଏଆଇଆଇଏମ୍‌ଏସ୍‌)ରେ ୩୦୦ରୁ ଅଧିକ କର୍ମଚାରୀ କରୋନାରେ ପଜିଟିଭ୍‌ ହୋଇଛନ୍ତି । ଗତ ଜାନୁଆରୀ ୧ରୁ ଆଜି ପର୍ଯ୍ୟନ୍ତ ଏମ୍ସରେ ୩ଶହରୁ ଊର୍ଦ୍ଧ୍ୱ କର୍ମଚାରୀ ସଂକ୍ରମିତ ଥିବା ନେଇ ଏସ୍ସ ପକ୍ଷରୁ ସୂଚନା ମିଳିଛି । ପଜିଟିଭ୍‌ଙ୍କ ମଧ୍ୟରେ ଡାକ୍ତର, ନର୍ସ ଓ ପାରା ମେଡିକାଲ ଷ୍ଟାଫ୍‌ ଓ ଛାତ୍ରଛାତ୍ରୀମାନେ ରହିଛନ୍ତି ।

ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଏମ୍ସ ଓପିଡି ବନ୍ଦ କରାଯାଇଛି । ଓପିଡି ବନ୍ଦ ନେଇ ଭୁବନେଶ୍ୱର ଏମ୍ସ ପକ୍ଷରୁ ୨ ଦିନ ପୂର୍ବେ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।

ସୂଚନା ଅନୁସାରେ ୭୦ରୁ ଅଧିକ ଡାକ୍ତରଙ୍କ ସମତେ ୬୦ ନର୍ସିଂ କର୍ମଚାରୀ, ୨୦ଜଣ ଛାତ୍ରଛାତ୍ରୀ ଏବଂ ୯୦ରୁ ଅଧିକ ଅନ୍ୟ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି ।