ରାଜ୍ୟରେ ୨ ହଜାରରୁ ଉର୍ଦ୍ଧ୍ବ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ବଢି ଚାଲିଛି I ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର I ସେ କହିଛନ୍ତି, ଏବେ ସୁଦ୍ଧା ସ୍କ୍ରବ୍ ଟାଇଫସ୍ରେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୨୦ ହଜାରରୁ ଅଧିକ ଟେଷ୍ଟ ହୋଇଛି । କେନ୍ଦ୍ରୀୟ ଟିମ୍ ଓଡିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି । ଓଡିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ […]
ଭୁବନେଶ୍ୱର : ରାଜ୍ୟରେ ଧୀରେ ଧୀରେ ସ୍କ୍ରବ୍ ଟାଇଫସ୍ ସଂକ୍ରମଣ ବଢି ଚାଲିଛି I ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର I ସେ କହିଛନ୍ତି, ଏବେ ସୁଦ୍ଧା ସ୍କ୍ରବ୍ ଟାଇଫସ୍ରେ ୨ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି । ୨୦ ହଜାରରୁ ଅଧିକ ଟେଷ୍ଟ ହୋଇଛି । କେନ୍ଦ୍ରୀୟ ଟିମ୍ ଓଡିଶା ଗସ୍ତରେ ଆସି ୪ଟି ଜିଲ୍ଲାରେ ଅନୁଧ୍ୟାନ କରି ଫେରିଛନ୍ତି । ଓଡିଶା ସରକାରଙ୍କ ପଦକ୍ଷେପରେ ସନ୍ତୋଷ ପ୍ରକାଶ କରିଛନ୍ତି । ସ୍କ୍ରବ୍ ଟାଇଫସ୍ ହେଲେ ଜ୍ୱର ହେବା ସହ ପୋକ କାମୁଡିଥିବା ସ୍ଥାନରେ ଘା’ ସୃଷ୍ଟି ହୋଇଥାଏ । ଏଥିପାଇଁ କେଉଁ ମେଡିସିନ ରୋଗୀଙ୍କୁ ଦିଆଯିବ ତାହା ମଧ୍ୟ ନିର୍ଦ୍ଧାରିତ କରାଯାଇଛି ।
ସୂଚନା ଅନୁଯାୟୀ, ଗତ ୨ ଦିନ ତଳେ କୃଷି ସଚିବ ଶ୍ରୀ ଅରବିନ୍ଦ ପାଢ଼ୀ ସ୍କ୍ରବ ଟାଇଫସ ରେ ଆକ୍ରାନ୍ତ ହୋଇଛନ୍ତି I ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ରେ ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା I ଏହା ପଜିଟିଭ ଆସିବାରୁ ବର୍ତ୍ତମାନ ସେ ଘରେ ରହି ଚିକିତ୍ସିତ ହେଉଛନ୍ତି I ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଗତ ୨୪ ଘଣ୍ଟାରେ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୦୮ ନମୁନା ପରୀକ୍ଷାରୁ ୨୫ଜଣଙ୍କ ପଜିଟିଭ ରିପୋର୍ଟ ଆସିଛି। ଏଥିସହ କେବଳ ସୁନ୍ଦରଗଡ଼ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୫ କୁ ବୃଦ୍ଧି ହୋଇଛି।




