ଅର୍ଥ ବିଭାଗର ବିନା ଅନୁମତିରେ ହୋଇପାରିବନି ଆଉଟ୍ସୋର୍ସିଂ ନିଯୁକ୍ତି
ଭୁବନେଶ୍ୱର: ବିଭିନ୍ନ ବିଭାଗରେ ଆଉଟ୍ସୋର୍ସିଂ ନିଯୁକ୍ତିକୁ ନେଇ ରାଜ୍ୟ ଅର୍ଥ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଅର୍ଥ ବିଭାଗର ବିନା ଅନୁମତିରେ ଆଉଟ୍ସୋର୍ସିଂ ନିଯୁକ୍ତିକୁ ହୋଇପାରିବନି । ସବୁ ବିଭାଗକୁ ଚିଠି ଲେଖି ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଅର୍ଥ ବିଭାଗ କହିଛି, ଆଉଟସୋର୍ସିଂ ଆଧାରରେ ନିଯୁକ୍ତ କରିବା ପାଇଁ ଅର୍ଥ ବିଭାଗର ପୂର୍ବ ସମ୍ମତି ନେବା ବାଧ୍ୟତାମୂଳକ । ଯଦି ପରବର୍ତ୍ତୀ ନିଯୁକ୍ତି ପାଇଁ କର୍ମଚାରୀଙ୍କ ସଂଖ୍ୟା ଅର୍ଥ ବିଭାଗ […]
ଭୁବନେଶ୍ୱର: ବିଭିନ୍ନ ବିଭାଗରେ ଆଉଟ୍ସୋର୍ସିଂ ନିଯୁକ୍ତିକୁ ନେଇ ରାଜ୍ୟ ଅର୍ଥ ବିଭାଗ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଅର୍ଥ ବିଭାଗର ବିନା ଅନୁମତିରେ ଆଉଟ୍ସୋର୍ସିଂ ନିଯୁକ୍ତିକୁ ହୋଇପାରିବନି । ସବୁ ବିଭାଗକୁ ଚିଠି ଲେଖି ଅର୍ଥ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଅର୍ଥ ବିଭାଗ କହିଛି, ଆଉଟସୋର୍ସିଂ ଆଧାରରେ ନିଯୁକ୍ତ କରିବା ପାଇଁ ଅର୍ଥ ବିଭାଗର ପୂର୍ବ ସମ୍ମତି ନେବା ବାଧ୍ୟତାମୂଳକ । ଯଦି ପରବର୍ତ୍ତୀ ନିଯୁକ୍ତି ପାଇଁ କର୍ମଚାରୀଙ୍କ ସଂଖ୍ୟା ଅର୍ଥ ବିଭାଗ ଦ୍ୱାରା ଅନୁମୋଦିତ ସଂଖ୍ୟାଠାରୁ ଅଧିକ ନ ହୁଏ, ତେବେ ଏପରି ନିଯୁକ୍ତିର ପରବର୍ତ୍ତୀ ନବୀକରଣ ପାଇଁ ଅର୍ଥ ବିଭାଗର ସମ୍ମତି ଆବଶ୍ୟକ ନୁହେଁ । କିନ୍ତୁ ଯଦି ନବୀକରଣ ପର୍ଯ୍ୟାୟରେ ଅଧିକ ସଂଖ୍ୟାରେ କର୍ମଚାରୀ ନିଯୁକ୍ତ କରିବାର ପ୍ରସ୍ତାବ ଦିଆଯାଏ, ତେବେ ନିୟୋଜିତ ହେବାକୁ ଥିବା ପ୍ରସ୍ତାବିତ ଅତିରିକ୍ତ କର୍ମଚାରୀଙ୍କ ପାଇଁ ଅର୍ଥ ବିଭାଗର ପୂର୍ବ ସମ୍ମତି ଆବଶ୍ୟକ ହେବ ବୋଲି କୁହାଯାଇଛି ।




