ଡନ୍‌ ୩ରୁ ଆଉଟ୍‌

ଡନ୍‌ ୩ରୁ ଆଉଟ୍‌
Ipsita Picture
By: Ipsita


ନିକଟରେ ମିଳିଥିବା ସୂଚନା ଅନୁସାରେ ରଣବୀର ସିଂ ଡନ୍‌ ୩ ପ୍ରୋଜେକ୍ଟରୁ ବାହାର ହୋଇଯାଇଛନ୍ତି । ତେବେ ଚର୍ଚ୍ଚାଥିଲା କି ରଣବୀର ନିଜେ ଏହି ପ୍ରୋଜେକଫ ଛାଡିଛନ୍ତି । ହେଲେ ଏଭଳିନୁହେଁ ରଣବୀରଙ୍କୁ ମେକର୍ସ ଏଥିରୁ ବାହାର କରିଥିବାନେଇ ବର୍ତ୍ତମାନ ସୂଚନା ମିଳିଛି । ରଣବୀରଙ୍କର କିଛି ଦାବି ପାଇଁ ମେକର୍ସ ଏଭଳି ନିଷ୍ପତ୍ତି ନେଇଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି । ରଣବୀର ଓ ମେକର୍ସଙ୍କ ଭିତରେ ଥିବା ମତ ପାର୍ଥ୍ୟକତା କାରଣରୁ ଏଭଳି ହୋଇଛି ବୋଲି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ତେବେ ଏନେଇ ଡନ୍‌ ୩ ମେକର୍ସ କି ରଣବୀର ସିଂଙ୍କ ପକ୍ଷରୁ କୌଣସି ଅପଡେଟ ଦିଆଯାଇନାହିଁ । ହେଲେ ମିଳିଥିବା ସୂଚନା ଅନୁସାରେ ଡନ୍‌ ୩ରୁ ବାହାରିବାପରେ ବର୍ତ୍ତମାନ ରଣବୀର ନିଜର ଅନ୍ୟପ୍ରୋଜେକଫର ସୁଟିଂରେ ବ୍ୟସ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର ଭୁବନେଶ୍ୱର ବିମାନ ବନ୍ଦରରୁ ଦାମୀ ସିଗାରେଟ ଜବତ

Tags: