ଛୁଟି ନିଅନ୍ତି ନାହିଁ ଆମ ମୁଖ୍ୟମନ୍ତ୍ରୀ,ସରକାରୀ ଛୁଟିରେ ବି କରୁଛନ୍ତି କାମ

ଭୁବନେଶ୍ୱର: ଧୀରେ ଧୀରେ ବୃଦ୍ଧି ପାଉଛି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଲୋକପ୍ରିୟତା । ଲୋକଙ୍କ ସରକାର ସହ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି । ତାଙ୍କର ନିରାଡ଼ମ୍ବର ଜୀବନ ଧାରା ସହିତ ନିରବଛିନ୍ନ କାର୍ଯ୍ୟଧାରା ତାଙ୍କୁ ଆଜି ସର୍ବଜନ ବିଦିତ କରି ପାରିଛି । ମୁଖ୍ୟମନ୍ତ୍ରୀ ହେବା ଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାନ୍ତି ମୋହନ ଚରଣ । ସେହିପରି ନୁଆଁଖାଇରେ […]

ଛୁଟି ନିଅନ୍ତି ନାହିଁ ଆମ ମୁଖ୍ୟମନ୍ତ୍ରୀ,ସରକାରୀ ଛୁଟିରେ ବି କରୁଛନ୍ତି କାମ
Samaya Live Picture
Published On

ଭୁବନେଶ୍ୱର: ଧୀରେ ଧୀରେ ବୃଦ୍ଧି ପାଉଛି ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଲୋକପ୍ରିୟତା । ଲୋକଙ୍କ ସରକାର ସହ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବରେ ସେ ନିଜକୁ ପ୍ରତିପାଦିତ କରି ପାରିଛନ୍ତି । ତାଙ୍କର ନିରାଡ଼ମ୍ବର ଜୀବନ ଧାରା ସହିତ ନିରବଛିନ୍ନ କାର୍ଯ୍ୟଧାରା ତାଙ୍କୁ ଆଜି ସର୍ବଜନ ବିଦିତ କରି ପାରିଛି । ମୁଖ୍ୟମନ୍ତ୍ରୀ ହେବା ଠାରୁ ଆଜି ପର୍ଯ୍ୟନ୍ତ ଗୋଟିଏ ଦିନ ମଧ୍ୟ ଛୁଟି ନେଇ ନାହାନ୍ତି ମୋହନ ଚରଣ । ସେହିପରି ନୁଆଁଖାଇରେ ସାରା ରାଜ୍ୟ ସରକାରୀ ଛୁଟି ମନାଉଥିବାବେଳେ ମୁଖ୍ୟମନ୍ତ୍ରୀ ଜାରି ରଖିଥିଲେ ତାଙ୍କ ବ୍ୟସ୍ତବହୁଳ ସରକାରୀ କାର୍ଯ୍ୟ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ନେବା ପରଠାରୁ ସକାଳୁ ମଧ୍ୟରାତ୍ର ପର୍ଯ୍ୟନ୍ତ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ଫାଇଲ କାମରେ ବ୍ୟସ୍ତ ରହୁଛନ୍ତି।

ସେହିପରି ଗଣେଶପୂଜା ଅବସରରେ ପ୍ରତିଶ୍ରୁତି ମୁତାବକ ରାଜ୍ୟର ୫୧ଲକ୍ଷରୁ ଊର୍ଦ୍ଧ୍ବ ଚାଷୀ ଭାଇଭଉଣୀଙ୍କ ପାଇଁ ସିଏମ୍‌ କିଷାନ ଯୋଜନାର ତୃତୀୟ କିସ୍ତି ପ୍ରଦାନ କାର୍ଯ୍ୟକ୍ରମ ସହିତ ଅନ୍ୟାନ୍ୟ ଫାଇଲ କାମ କରିଛନ୍ତି। ଏହା ସହିତ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କୁ ମଧ୍ୟ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ନୂଆଁଖାଇ ସରକାରୀ ଛୁଟିରେ ମଧ୍ୟ ଅପରାହ୍ଣ ପର୍ଯ୍ୟନ୍ତ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଥିଲା। ଲୋକସେବା ଭବନରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ସହ ବୈଠକ, ତା’ପରେ ସିକିମ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ରଖିଥିଲେ। ଆସନ୍ତାକାଲି ମଧ୍ୟ ସେହିଭଳି ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି।

Tags: