ଓଟିଇଟି ପ୍ରଶ୍ନପତ୍ର ଲିକ,ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରି ନିଲମ୍ବିତ

ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ ହୋଇଛନ୍ତି। ପ୍ରଶାନ୍ତ ଗିରଫ ହେବା ପରେ ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଶାନ୍ତଙ୍କୁ ଗିରଫ କରିଥିଲା। ସେ କଳାହାଣ୍ଡି ଜିଲା ଭେଜିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ। ସୂଚନାଯୋଗ୍ୟ, ଓଟିଇଟ ପ୍ରଶ୍ନପତ୍ର ପ୍ରଘଟ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ମାଧ୍ୟମିକ ଶିକ୍ଷା ବୋର୍ଡ […]

ଓଟିଇଟି ପ୍ରଶ୍ନପତ୍ର ଲିକ,ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରି ନିଲମ୍ବିତ
Samaya Live Picture
Published On

ଭୁବନେଶ୍ୱର : ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ଗିରଫ ହୋଇଥିବା ପ୍ରଧାନ ଶିକ୍ଷକ ପ୍ରଶାନ୍ତ ଖମାରୀ ନିଲମ୍ବିତ ହୋଇଛନ୍ତି। ପ୍ରଶାନ୍ତ ଗିରଫ ହେବା ପରେ ତାଙ୍କୁ ଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚ ପ୍ରଶାନ୍ତଙ୍କୁ ଗିରଫ କରିଥିଲା। ସେ କଳାହାଣ୍ଡି ଜିଲା ଭେଜିପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ଥିଲେ।

ସୂଚନାଯୋଗ୍ୟ, ଓଟିଇଟ ପ୍ରଶ୍ନପତ୍ର ପ୍ରଘଟ ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି। ଏହି ମାମଲାରେ ତଦନ୍ତକାରୀ ସଂସ୍ଥା ପକ୍ଷରୁ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କ ସମେତ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୮ ଜଣଙ୍କୁ ରିମାଣ୍ଡରେ ନେଇ ଅଧିକ ପଚାରାଉଚରା କରିବ କ୍ରାଇମବ୍ରାଞ୍ଚ ।

Tags: