ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ,୨ ଦିନିଆ ରିମାଣ୍ଡରେ ଯିବେ ଡାଟା ଏଣ୍ଟ୍ରି ଅପରେଟର – ସହକାରୀ ଶିକ୍ଷକ

ଭୁବନେଶ୍ୱର : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଅଧିକ ତଥ୍ୟ ଓଗାଳିବା ପାଇଁ ସୋମବାର ଠାରୁ ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ ଆଜି ଠାରୁ ୨ ଦିନିଆ ରିମାଣ୍ଡରେ ନେଇଛି । ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସେମାନଙ୍କୁ ଜେରା କରାଯିବ। ଏହି ପ୍ରଶ୍ନପତ୍ର ପ୍ରଘଟରେ ଆଉ କିଏ ସମ୍ପୃକ୍ତ […]

ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ,୨ ଦିନିଆ ରିମାଣ୍ଡରେ ଯିବେ ଡାଟା ଏଣ୍ଟ୍ରି ଅପରେଟର – ସହକାରୀ ଶିକ୍ଷକ
Samaya Live Picture
Published On

ଭୁବନେଶ୍ୱର : ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ଅଧିକ ତଥ୍ୟ ଓଗାଳିବା ପାଇଁ ସୋମବାର ଠାରୁ ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ ଆଜି ଠାରୁ ୨ ଦିନିଆ ରିମାଣ୍ଡରେ ନେଇଛି । ୧୧ ଏବଂ ୧୨ ତାରିଖ ଦୁଇଦିନ ଧରି ସେମାନଙ୍କୁ ଜେରା କରାଯିବ। ଏହି ପ୍ରଶ୍ନପତ୍ର ପ୍ରଘଟରେ ଆଉ କିଏ ସମ୍ପୃକ୍ତ ରହିଛନ୍ତି, କେତେ ଟଙ୍କାର କାରବାର ହୋଇଛି ଏବଂ ପ୍ରଘଟର ଚେର କେତେ ବାଟ ଲମ୍ବିଛି , ସେ ସବୁ ବିଷୟରେ କ୍ରାଇମବ୍ରାଞ୍ଚ ଖୋଳତାଡ଼ କରିବ।

ଏହି ଦୁଇ ଅଭିଯୁକ୍ତଙ୍କ ପରେ ନିଲମ୍ବିତ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତିଙ୍କୁ ମଧ୍ୟ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ କ୍ରାଇମ୍‌ବ୍ରାଞ୍ଚ ପ୍ରସ୍ତୁତି କରିଥିବା ଏକ ବିଶେଷ ସୂତ୍ରରୁ ଖବର ମିଳିଛି। ଅନ୍ୟପକ୍ଷରେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ସଭାପତି ଶ୍ରୀକାନ୍ତ ତରାଇ ସ୍କାନରରେ ରହିଛନ୍ତି। ତାଙ୍କୁ ମଧ୍ୟ ୪ ଥର ଜେରା ସରିଛି। ପ୍ରଶ୍ନପତ୍ର ପ୍ରଘଟ ହେବା ଏକ ପ୍ରକାର ଦାୟିତ୍ବରେ ଅବହେଳା ହୋଇଥିବାବେଳେ ତାଙ୍କ ଉପରେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି।

ସୂଚନାନୁସାରେ,ବର୍ତ୍ତମାନ ସୁଦ୍ଧା ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ୮ ଅଭିଯୁକ୍ତ ଗିରଫ ହୋଇଛନ୍ତି। ଗତ ଜୁଲାଇ ୨୦ରେ ଏହି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ହେବାର ଥିଲା। ପ୍ରାୟ ୭୫ ହଜାର ଶିକ୍ଷକ ପରୀକ୍ଷା ଦେଇଥାନ୍ତେ,କିନ୍ତୁ ୧୯ ତାରିଖ ରାତିରେ ପ୍ରଶ୍ନପତ୍ର ପ୍ରଘଟ ହୋଇଥିଲା।

Tags: