ଓଟିଇଟି – ୨୦୨୨ ଦ୍ୱିତୀୟ ପରୀକ୍ଷା ଆବେଦନ ଅବଧି ୨୬ ତାରିଖ ଯାଏଁ ବଢ଼ିଲା
କଟକ:ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ବା ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଗତ ୧୦ ତାରିଖରୁ ଅନ୍ଲାଇନ୍ରେ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟାର ଶେଷ ଦିନ ଅକ୍ଟୋବର ୧୯ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଥିଲା । ଉକ୍ତ ପରୀକ୍ଷା ଲାଗି ଅନେକ ପ୍ରାର୍ଥୀ […]
କଟକ:ଓଡିଶା ଟିଚର ଏଲିଜିବିଲିଟ ଟେଷ୍ଟ ବା ଓଟିଇଟି ୨୦୨୨ ଦ୍ୱିତୀୟ ପରୀକ୍ଷା ପାଇଁ ଆବେଦନର ଶେଷ ତାରିଖକୁ ବୃଦ୍ଧି କରିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ । ଶିକ୍ଷା ପରିଷଦ (ବୋର୍ଡ)ପକ୍ଷରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି ।
ଗତ ୧୦ ତାରିଖରୁ ଅନ୍ଲାଇନ୍ରେ ଆରମ୍ଭ ହୋଇଥିବା ଏହି ଆବେଦନ ପ୍ରକ୍ରିୟାର ଶେଷ ଦିନ ଅକ୍ଟୋବର ୧୯ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଥିଲା । ଉକ୍ତ ପରୀକ୍ଷା ଲାଗି ଅନେକ ପ୍ରାର୍ଥୀ ଆବେଦନ କରିପାରି ନଥିବାରୁ ବୋର୍ଡ ଏହାକୁ ବିଚାରକୁ ନେଇ ଆସନ୍ତା ୨୬ ତାରିଖ ଯାଏ ଘୁଞ୍ଚାଇ ଥିବା ସୂଚନା ମିଳିଛି । ଏନେଇ ବୁଧବାର ବୋର୍ଡ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରାର୍ଥୀମାନେ ନିଜ ସ୍ଥାୟୀ ଠିକଣା କିମ୍ବା ସେମାନଙ୍କ ଯୋଗାଯୋଗ (କରେସପେଣ୍ଡେଣ୍ଟ୍) ଠିକଣା ଥିବା ଜିଲ୍ଲାରେ ପରୀକ୍ଷା ଦେଇପାରିବେ ନାହିଁ ବୋଲି ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।




