ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନକୁ ଓଷ୍ଟାର ସମର୍ଥନ

ଭୁବନେଶ୍ୱର : ଥମିନାହିଁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ I ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ହୋଇ ନଥିବାବେଳେ ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ କରିଛି ଓଷ୍ଟା । ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ କହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଏକ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଥମୁନାହିଁ । […]

Samaya Live Picture
Published On

ଭୁବନେଶ୍ୱର : ଥମିନାହିଁ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ I ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ହୋଇ ନଥିବାବେଳେ ଆନ୍ଦୋଳନରତ ଶିକ୍ଷକଙ୍କୁ ସମର୍ଥନ କରିଛି ଓଷ୍ଟା । ପ୍ରାଥମିକ ଶିକ୍ଷକମାନଙ୍କ ସମସ୍ୟାକୁ ତୁରନ୍ତ ସମାଧାନ କରନ୍ତୁ କହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଓଷ୍ଟାର ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି ଏକ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ପ୍ରାଥମିକ ଶିକ୍ଷକମାନଙ୍କ ଆନ୍ଦୋଳନ ଥମୁନାହିଁ ।

୩ ଦଫା ଦାବି ନେଇ ୭ ଦିନ ଧରି ଅଲ୍‌ ଓଡ଼ିଶା ପ୍ରାଥମିକ ଶିକ୍ଷକ ସଂଘ ବ୍ୟାନରରେ ରାଜ୍ୟର ୧ ଲକ୍ଷ ୩୦ ହଜାର ପ୍ରାଥମିକ ଶିକ୍ଷକ-ଶିକ୍ଷୟିତ୍ରୀ କାର୍ଯ୍ୟ ବନ୍ଦ କରିଛନ୍ତି। ରାଜ୍ୟର ପ୍ରାଥମିକ ଶିକ୍ଷାରେ ଏକ ପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଥିବା ବେଳେ ସରକାର ମାଧ୍ୟମିକ ଶିକ୍ଷାରେ ବାଧା ସୃଷ୍ଟି କରୁଥିବା କହିଛନ୍ତି ଓଷ୍ଟା ସଂପାଦକ । ଏପଟେ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ଅନୁପସ୍ଥିତି ପାଇଁ ବିଦ୍ୟାଳୟରେ ତାଲା ଝୁୁଲୁଛି । ସେହିପରି ଶିକ୍ଷକ ଆନ୍ଦୋଳନ ଯୋଗୁଁ ମଧ୍ୟାହ୍ନ ଭୋଜନ ପାଇଁ ବିକଳ୍ପ ବ୍ୟବସ୍ଥା ବାହାରିଛି । ସ୍କୁଲ ପରିସରରେ ଥିବା ମଧ୍ୟାହ୍ନଭୋଜନରେ ଅଙ୍ଗନବାଡ଼ି ଦିଦିଙ୍କୁ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଜିଲ୍ଲାର ସ୍କୁଲ ଦାୟିତ୍ୱ ନେଇ ଡିଏସଡବ୍ଲ୍ୟୁଓଙ୍କୁ ଡିଇଓ ଚିଠି ଲେଖିଛନ୍ତି । ଯେଉଁ ସ୍କୁଲ ପରିସରରେ ଅଙ୍ଗନବାଡ଼ି ଅଛି, ସେ ସ୍କୁଲ କଥା ବୁଝିବାକୁ ଚିଠି ଲେଖାଯାଇଛି । ସଂପୃକ୍ତ ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ଅଙ୍ଗନବାଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ସ୍କୁଲ ଖୋଲିବା ସହ ମଧ୍ୟାହ୍ନଭୋଜନ ଦେବାକୁ ଡିଇଓ କହିଛନ୍ତି ।

Tags: