ନଭେମ୍ବର ୧୯ ରୁ OSSTET ଆବେଦନ
ଭୁବନେଶ୍ୱର : ଆସନ୍ତା ୧୯ ତାରିଖରୁ OSSTET (Odisha Secondary School Teacher Eligibility Test) -୨୦୨୪ ପାଇଁ ଆବେଦନ କରାଯିବ । ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ବର ୧୯ ତାରିଖରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ I ଆବେଦନ ଆସନ୍ତା ଡିସେମ୍ବର ୧ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି। ଯୋଗ୍ୟ ପ୍ରାର୍ଥୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ୱେବସାଇଟ www.bseodisha.ac.inକୁ ଯାଇ […]
ଭୁବନେଶ୍ୱର : ଆସନ୍ତା ୧୯ ତାରିଖରୁ OSSTET (Odisha Secondary School Teacher Eligibility Test) -୨୦୨୪ ପାଇଁ ଆବେଦନ କରାଯିବ । ଯୋଗ୍ୟ ପ୍ରାର୍ଥୀମାନେ ନଭେମ୍ବର ୧୯ ତାରିଖରୁ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ I ଆବେଦନ ଆସନ୍ତା ଡିସେମ୍ବର ୧ ତାରିଖ ରାତି ୧୧ଟା ୫୯ ମିନିଟ ପର୍ଯ୍ୟନ୍ତ ଚାଲିବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ଗୁରୁବାର ବିଜ୍ଞପ୍ତି ପ୍ରକାଶ କରିଛି।
ଯୋଗ୍ୟ ପ୍ରାର୍ଥୀମାନେ ମାଧ୍ୟମିକ ଶିକ୍ଷା ପରିଷଦ (BSE)ର ୱେବସାଇଟ www.bseodisha.ac.inକୁ ଯାଇ ଆବେଦନ କରିପାରିବେ। ପରୀକ୍ଷା ଫି’ ମଧ୍ୟ ଅନଲାଇନ ଦେବାକୁ ହେବ। କୌଣସି ପରିସ୍ଥିତିରେ ଆବେଦନ କରିବାର ଶେଷ ତାରିଖକୁ ବୃଦ୍ଧି କରାଯିବ ନାହିଁ ବୋଲି ବିଏସ୍ଇ ପକ୍ଷରୁ ଜାରି ବିଜ୍ଞପ୍ତି କୁହାଯାଇଛି। ପ୍ରାର୍ଥୀମାନେ ଆବେଦନ ସମୟରେ ସେମାନଙ୍କ ସମ୍ପୂର୍ଣ୍ଣ ତଥ୍ୟ ନିର୍ଭୁଲ ଭାବରେ ଅନଲାଇନରେ ପଞ୍ଜିକୃତ କରିବେ ପରବର୍ତ୍ତୀ ସମୟରେ ଏଥିରେ ଆଉ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି ସୂଚନା ଦିଆଯାଇଛି ।




