ମହାକୁମ୍ଭ ପାଇଁ ସ୍ବତନ୍ତ୍ର ବସ୍ ବାତିଲ୍ କଲା ଓଏସ୍‌ଆରଟିସି

ଭୁବନେଶ୍ବର : ପ୍ରୟାଗରାଜରେ ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ବସ୍‌ ସେବା ବାତିଲ କରାଯାଇଛି । ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ନିଗମ (ଓଏସ୍‌ଆରଟିସି) ଏହି ସ୍ବତନ୍ତ୍ର ବସ୍ ବାତିଲ୍ କରିଛି ବୋଲି ପ୍ରକାଶ କରିଛି । ଫଳରେ ଆସନ୍ତା ଫେବ୍ରୁଆରି ୪ ତାରିଖ ଯାଏଁ ଆଉ ଓଏସ୍‌ଆରଟିସି ର ସ୍ବତନ୍ତ୍ର ବସ୍ ଚାଲିବ ନାହିଁ । ସୂଚନା ଅନୁସାରେ, ପ୍ରୟାଗରରାଜର ତ୍ରିବେଣୀ ସଂଗମରେ ବୁଧବାର ଦିନ ମୌନୀ ଅମାବାସ୍ୟା ଅବସରରେ […]

Samaya Live Picture
Published On

ଭୁବନେଶ୍ବର : ପ୍ରୟାଗରାଜରେ ମହାକୁମ୍ଭ ପାଇଁ ଓଡ଼ିଶା ସରକାରଙ୍କ ଦ୍ବାରା ପରିଚାଳିତ ସରକାରୀ ବସ୍‌ ସେବା ବାତିଲ କରାଯାଇଛି । ଓଡ଼ିଶା ରାଜ୍ୟ ସଡ଼କ ଓ ପରିବହନ ନିଗମ (ଓଏସ୍‌ଆରଟିସି) ଏହି ସ୍ବତନ୍ତ୍ର ବସ୍ ବାତିଲ୍ କରିଛି ବୋଲି ପ୍ରକାଶ କରିଛି । ଫଳରେ ଆସନ୍ତା ଫେବ୍ରୁଆରି ୪ ତାରିଖ ଯାଏଁ ଆଉ ଓଏସ୍‌ଆରଟିସି ର ସ୍ବତନ୍ତ୍ର ବସ୍ ଚାଲିବ ନାହିଁ ।

ସୂଚନା ଅନୁସାରେ, ପ୍ରୟାଗରରାଜର ତ୍ରିବେଣୀ ସଂଗମରେ ବୁଧବାର ଦିନ ମୌନୀ ଅମାବାସ୍ୟା ଅବସରରେ କୋଟିକୋଟି ‌ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଦଳାଚକଟା କାରଣରୁ ୩୦ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ଏହି ଅଘଟଣ ପରେ ସେଠାରେ ଅନେକ କଟକଣା ଲାଗୁ କରିଛନ୍ତି ସରକାର । ମେଳା ଅଞ୍ଚଳକୁ ସମସ୍ତ ପ୍ରକାର ଯାନବାହନ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି।

Tags: